ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା, ଖାରଜ ସବୁଠୁ ପୁରୁଣା ମାମଲାରେ ଆବେଦନ

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନ ଖାରଜ କରିଛନ୍ତି। ହିନ୍ଦୁ ପକ୍ଷ ଜ୍ଞାନବ୍ୟାପିର ଏଏସଆଇ ସର୍ଭେ ଦାବି କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନ ଖାରଜ କରି କୋର୍ଟ କହିଛନ୍ତି ଜ୍ଞାନବ୍ୟାପିର ବଳକା ଅଂଶକୁ ଏସଏସଆଇ ସର୍ଭେ ହେବ ନାହିଁ। କୋର୍ଟଙ୍କ ନିଷ୍ପତ୍ତି ଉପରେ ହିନ୍ଦୁ ପକ୍ଷଙ୍କ ହାଇକୋର୍ଟରେ ଚାଲେଞ୍ଜ କରିବେ।

ଜ୍ଞାନବ୍ୟାପି ମାମଲାର ମୁଖ୍ୟ ମାମଲାରେ ୩୩ ବର୍ଷ ପରେ ଏହି ନିଷ୍ପତ୍ତି ଆସିଛି। ବାରାଣସୀର ଏଫଟିସି କୋର୍ଟ ଜ୍ଞାନବ୍ୟାପି ପରିସରର ଅତିରିକ୍ତ ସର୍ଭେ ଦାବି ଖାରଜ କରିଥିଲେ। ଏହି ମାମଲା ସହ ଜଡ଼ିତ ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ହେବା କାରଣରୁ ଯୁଗଳ ଶମ୍ଭୁଙ୍କ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନ ଖାରଜ କରିଛନ୍ତି।

୧୯୯୧ର ମୁଖ୍ୟ ଆବେଦନକାରୀ ଲର୍ଡ ବିଶ୍ବେଶ୍ବର ବନାମ ଅଞ୍ଜୁମନ ଇନ୍ତଜାମିୟା ମସଜିନ କମିଟି ମାମଲାରେ କୋର୍ଟ ୧୮ ପୃଷ୍ଠର ନିଜ ନିଷ୍ପତ୍ତିରେ ହିନ୍ଦୁ ପକ୍ଷଙ୍କ ଦାବିକୁ କହିବା ସହ ଖାରଜ କରିଛନ୍ତି ଏହା ସହ ଜଡିତ ମାମଲା ପୂର୍ବରୁ ହିଁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଚାଲୁଛି। 

ସେପଟେ ମୁସଲିମ ପକ୍ଷ କୋର୍ଟଙ୍କ ନିଷ୍ପତ୍ତକୁ ସ୍ବାଗତ କରିଛନ୍ତି। ମୁସଲିମ ପକ୍ଷଙ୍କ ଓକିଲ ଅଖଲାକ ଅହମଦ କହିଛନ୍ତି କୋର୍ଟ ଆମର ଦଲିଲ ସ୍ବୀକାର କରିଛନ୍ତି ଏବଂ ଆମ ପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଆମେ ପୂର୍ବରୁ ହିଁ କହୁଥିଲୁ ଏହା ସହ ଜଡ଼ିତ ମାମଲା, ପୂର୍ବରୁ ହିଁ ଉପର କୋର୍ଟରେ ଚାଲୁଛି। ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା, ଖାରଜ ସବୁଠୁ ପୁରୁଣା ମାମଲାରେ ଆବେଦନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.