ହିମନ୍ତ ବିଶ୍ୱ ଶର୍ମାଙ୍କ କାର୍ଯ୍ୟକାଳରେ ହୋଇଥିବା ୧୭୧ ଏନକାଉଣ୍ଟରର ସୁପ୍ରିମକୋର୍ଟ କାହିଁକି କରାଉଛନ୍ତି ଯାଞ୍ଚ?

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ ୨୫।୧୦: ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଅକ୍ଟୋବର୨୨ ରେ ଆସାମ ପୋଲିସ ଏନକାଉଣ୍ଟରରେ ହେଉଥିବା ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ମେ ୨୦୨୧ରୁ ଅଗଷ୍ଟ ୨୦୨୨ ମଧ୍ୟରେ ହୋଇଥିବା ଏପରି ୧୭୧ଟି ଘଟଣାର ବିସ୍ତୃତ ସୂଚନା ଦେବାକୁ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଏକ ଜନସ୍ୱାର୍ଥ ମାମଲା(ପିଆଇଏଲ) ରଦ୍ଦ କରିବା ପାଇଁ ଗୌହାଟୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ପରେ ଆସିଛି। 

ମାମଲାକୁ ‘ଅତ୍ୟନ୍ତ ଗୁରୁତର’ କହି ସୁପ୍ରିମକୋର୍ଟ ପାରଦର୍ଶିତା ଓ ଉତ୍ତଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ଓ କହିଛନ୍ତି ଏପରି ମାମଲାଗୁଡିକୁ ଅବହେଳାରେ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ। ଏହି ଆବେଦନ ଅଡଭୋକେଟ ଆରିଫ ମହମ୍ମଦ ୟାସୀନ ଜୱାଦର ଦାୟର କରିଛନ୍ତି। ଯିଏ କଥିତ ‘ମିଥ୍ୟା ଏନକାଉଣ୍ଟର’ର ଏକ ଚିନ୍ତିତ କରୁଥିବା ପାଟର୍ଣ୍ଣକୁ ଉଜାଗର କରିଛନ୍ତି. ଯେଉଁଥିରେ କୁହାଯାଇଛି ଯେ ପୋଲିସ ଏନକାଉଣ୍ଟରରେ ଆସାମ ପୋଲିସ   ଯାଞ୍ଚ ଲାଗି ସୁପ୍ରିମକୋର୍ଟଙ୍କ ୨୦୨୪ ଗାଇଡଲାଇନକୁ ପାଳନ କରୁ ନାହିଁ। 

ଓକିଲ ଆରିଫ ମହମ୍ମଦଙ୍କଅନୁସାରେ ମେ ୨୦୨୧ରେ ଯେବେ ମୁଖ୍ୟମନ୍ତ୍ରୀ ରୂପେ ହିମାନ୍ତ ବିଶ୍ୱ ଶର୍ମା ଦାୟିତ୍ୱ ଗ୍ରହଣ କଲେ ,ସେବେଠାରୁ ୮୦ରୁ ଅଧିକ ଏନକାଉଣ୍ଟରରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି। ବିଶ୍ୱା ଶର୍ମାଙ୍କ ପ୍ରଶାସନ ଅପରାଧ ବିରୋଧରେ ‘ଜିରୋ ଟୋଲେରାନ୍ସ’ ନୀତି ଆପଣାଇଥିବାର ଦାବି କରୁଛି ଓ ପୋଲିସ କାର୍ଯ୍ୟାନୁଷ୍ଠାନରେ ତୀବ୍ରତା ଦେଖାଯାଇଛି। ତଥ୍ୟରୁ ଜଣାପଡିଛି ଯେ ଏନକାଉଣ୍ଟର ସଂଖ୍ୟା ବୃଦ୍ଧି ହୋଇଛି, ଯାହା ଆସାମ ସରକାରଙ୍କ ଆଫିଡେଭିଟ ଅନୁସାରେ ୧୭୧ ଘଟଣାରେ ୫୬ ଜଣ ଲୋକେ ପ୍ରାଣ ହରାଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ହାଜତରେ ଥିଲେ। 

ଏହାର ବିପରୀତ ୨୦୧୬ରୁ ୨୦୨୧ରେ ଆସାମରେ କେବଳ ଏପରି ୬୨ଟି ମାମଲା ରୁଜୁ କରାଯାଇଛି ଯାହା ୧୭୧ର ଏକ ତୃତୀୟାଂଶରୁ ସାମାନ୍ୟ ଅଧିକ। ଗତ ଦୁଇ ବର୍ଷରେ ହୋଇଥିବା ଉଲ୍ଲେଖନୀୟ ଘଟଣାରେ ଏହି ଚଳନକୁ ଦର୍ଶାଉଛି। ଚଳିତବର୍ଷ ଅଗଷ୍ଟ ମାସରେ ନାଗାଁବ ଜିଲ୍ଲାରେ ଗଣ ଦୁଷ୍କର୍ମର ଏକ ମାମଲାରେ ଅଭିଯୁକ୍ତ ପୋଲିସ କଷ୍ଟଡିରୁ ପଳାୟନ ଉଦ୍ୟମ କରି ବୁଡି ଯାଇଥିଲା। ଅଭିଯୁକ୍ତକୁ ଅପରାଧ ସ୍ଥଳକୁ ନିଆଯାଇଥିଲା, ସେତେବେଳେ ସେ ପୋଖରୀକୁ ଡେଇଁ ପଡିଥିଲା। ଏହା ପୂର୍ବରୁ ଡିସେମ୍ବର ୨୦୨୩ରେ ପୋଲିସ ଦୀପଜ୍ୟୋତି ନିୟୋଗ, ମନୁଜ ବୋରାଗୋହେନ ଓ ବିଶ୍ୱନାଥ ବୋରାଗୋହେନଙ୍କୁ ଗୁଳି କରିଦେଇଥିଲା। ସେମାନଙ୍କ ବିରୋଧରେ ଉଲଫା-ଆଇ ସହ ସମ୍ପର୍କର ଅଭିଯୋଗ ଥିଲା। 

ପ୍ରଥମେ ପୋଲିସ କହିଥିଲା ୩ ଜଣ  ହାଜତରେ ଜଣେ ପୋଲିସ ଅଧିକାରୀଙ୍କ  ପିସ୍ତଲ ଛଡାଇଥିଲେ ଓ ପଳାଇଯିବାକୁ ଉଦ୍ୟମ କରିଥିଲେ, ଏଣୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିଲେ। ତେବେ ୯ ମାସ ପରେ ସେପ୍ଟେମ୍ବର ମାସରେ ୪ ଅଧିକାରୀଙ୍କ ବିରୋଧରେ ଏକ ଏତଲା ରୁଜୁ କରାଯାଇଥିଲା, ଯେଉଁଥିରେ ସେମାନେ ଏନକାଉଣ୍ଟରର ନାଟକ କରିଥିଲେ ବୋଲି ଅଭିଯୋଗ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମା ଲଗାତାର ଆସାମ ପୋଲିସକୁ ସୁରକ୍ଷା ଦେଇ ଆସୁଥିବା ଓ ଯେଉଁ ଅପରାଧୀ ପୋଲିସ ଏନକାଉଣ୍ଟର ଚାହାନ୍ତିନି ସେମାନେ ଆତ୍ମସମର୍ପଣ କରିଦେବା ଦରକାର ବୋଲି ପରାମର୍ଶ ଦେଉଛନ୍ତି। 

ମୁଖ୍ୟମନ୍ତ୍ରୀ ଏପରି କାର୍ଯ୍ୟାନୁଷ୍ଠାନକୁ ଅରାଜକତା ବିରୋଧରେ ଏକ କଡା କାର୍ଯ୍ୟାନୁଷ୍ଠାନ ରୂପେ ଦର୍ଶାଉଛନ୍ତି। ଅପରାଧ ଉପରେ ଅଂକୁଶ ଲଗାଇବାକୁ ତାଙ୍କ ପ୍ରଶାସନର ବ୍ୟାପକ ଲକ୍ଷ ସହିତ ରେଖାଙ୍କିତ ମଧ୍ୟ। ବିଶ୍ୱ ଶର୍ମାଙ୍କ ଏପରି ମାନସିକତା ତାଙ୍କ ଲାଗି ଏବେ ରାଜନୈତିକ ପୁଞ୍ଜି ପରି ହୋଇଛି, କାରଣ ଜନସଂଖ୍ୟାର ଏକ ବର୍ଗ ଯିଏ ବ୍ୟବସ୍ଥା କାୟମ ରଖିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନକୁ ଆବଶ୍ୟକ ମନେ କରେ। ତେବେ ବିରୋଧୀ ଦଳ ଏହି  ଦୃଷ୍ଟିକୋଣକୁ ତୀବ୍ର ସମାଲୋଚନା କରୁଛନ୍ତି ଓ ସରକାରଙ୍କ ଉପରେ ଉଚିତ ପ୍ରକ୍ରିୟାକୁ ଟାଳି ଯାଉଥିବାର ଆରୋପ ଲଗାଉଛନ୍ତି। 

ମିଥ୍ୟା ଏନକାଉଣ୍ଟର  ଅର୍ଥାତ ନ୍ୟାୟ ପୂର୍ବରୁ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି। ସମାଲୋଚକଙ୍କ ଦାବି ଯେ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆଇନର ଶାସନ ପାଳନ କରିବା ତୁଳନାରେ ତତ୍କାଳ ନ୍ୟାୟ ଦେବାକୁ ଅଧିକ ତତ୍ପର। ଲୋକେ ଏହା ମଧ୍ୟ ଦାବି କରୁଛନ୍ତି ଯେ ଏହି ଏନକାଉଣ୍ଟର ଗୁଡିକର ସାମ୍ପ୍ରଦାୟିକ ଦିଗ ବି ରହିଛି। କାରଣ ପୀଡ଼ିତଙ୍କ ମଧ୍ୟରେ ଅଧିକାଂଶ ମୁସଲମାନ। ଏଭଳି ଅଭିଯୋଗ ସାମ୍ପ୍ରଦାୟିକ ଅସନ୍ତୋଷକୁ ତେଜୁଛି ଓ ରାଜନୈତିକ ସମର୍ଥନ ମଜଭୁତ କରିବା ଲାଗି କ୍ଷମତାର ଦୁରୁପଯୋଗକୁ ନେଇ ଚିନ୍ତା ଉଦ୍ରେକ କରୁଛି। 

ଏହା ଛଡା ଏହି ଦୃଷ୍ଟିକୋଣ ନା କେବଳ ଋଢିକୁ ମଜଭୁତ କରୁଛି ବରଂ ଅପରାଧିକ ନ୍ୟାୟ ପ୍ରଣାଳୀର ଅନେକ ଜରୁରି ସୁଧାରରୁ ଧ୍ୟାନ ଭଟକାଉଛି। ନିୟନ୍ତ୍ରଣର ଏକ ଉପାୟ ରୂପେ ଏନକାଉଣ୍ଟର ଉପରେ ଧ୍ୟାନ କେନ୍ଦ୍ରିତ କଲେ ପୋଲିସ ପ୍ରଶିକ୍ଷଣ, ଉତ୍ତରଦାୟିତ୍ୱ ଓ ବିଚାର ଦେଖରେଖ ଭଳି ପ୍ରଣାଳିଗତ ପ୍ରସଙ୍ଗକୁ ଆଡ କରିଦିଆଯାଉଛି। ଏଣୁ ଶୁଣାଣି କାଳରେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କ ବେଞ୍ଚ ପ୍ରତ୍ୟେକ ଘଟଣାର ଗହନ ଯାଞ୍ଚ ଉପରେ ଜୋର ଦେଇଛନ୍ତି। 

ଏନକାଉଣ୍ଟରର ବଢୁଥିବା ସଂଖ୍ୟା ଗୁରୁତର ଚିନ୍ତାର କାରଣ କହି ବେଞ୍ଚ ଏ କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ ମାନବାଧିକାର ଆୟୋଗଙ୍କୁ ନାଗରିକ ସ୍ୱାଧୀନତା ପ୍ରସଙ୍ଗ ସମ୍ବୋଧିତ କରିବାରେ ସକ୍ରିୟ ହେବା ଆବଶ୍ୟକ। କୋର୍ଟ ଏହା ବି କହିଛନ୍ତି ଯେ ଆସାମର ଆଶାନ୍ତ ଅତୀତ ଓ ଜଟିଳ ଭୌଗଳିକ ପରିଦୃଶ୍ୟ କାରଣରୁ ଏହା ସୁନିଶ୍ଟିତ କରିବା ଲାଗି ଆଇନର ଆଦେଶ ପାଳନ କରିବା ଜରୁରି କାରଣ ନ୍ୟାୟ ହେଉ ଓ ନ୍ୟାୟ ହେଉଥିବା ଦେଖାଯାଉ ବୋଲି କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.