ବିଶ୍ନୋଇ ସମୂଦାୟଙ୍କ ଆଗରେ ସଲମାନ ଖାନ ରଖିଥିଲେ ଚେକ୍ ବୁକ୍ ! ଜାଣନ୍ତୁ କ’ଣ କହିଲେ ଲରେନ୍ସଙ୍କ କଜିନ?

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ ୨୫।୧୦:   ଲରେନ୍ସ ବିଶ୍ନୋଇଙ୍କ ସମ୍ପର୍କୀୟ ଭାଈ ରମେଶ ବିଶ୍ନୋଇ କହିଛନ୍ତି ଯେ ବଲିଉଡଷ୍ଟାର ସଲମାନ ଖାନ ସମ୍ପର୍କିତ କୃଷ୍ଣସାର ହରିଣ ମାମଲାରେ ପୁରା ବିଶ୍ନୋଇ ସମାଜ ଜେଲରେ ବନ୍ଦୀ ଗ୍ୟାଙ୍ଗଷ୍ଟରଙ୍କ ସମର୍ଥନରେ ଛିଡା ହୋଇଛି। ରମେଶ ଅଭିଯୋଗ କରିଛନ୍ତି ଯେ ସଲମାନ ଖାନ ବିଶ୍ନୋଇ ସମୂଦାୟକୁ ଅତୀତରେ ପଇସାର ଲୋଭ ମଧ୍ୟ ଦେଖାଇଥିଲେ, ତେବେ ସେମାନେ ଏହାକୁ ସ୍ୱୀକାର କରିବାକୁ ମନା କରିଦେଇଥିଲେ। 

ଲରେନ୍ସ ବିଶ୍ନୋଇ ଜଣେ ଗ୍ୟାଙ୍ଗଷ୍ଟର ତା ବିରୋଧରେ ଅନେକ ମାମଲା ରହିଛି। ସେ ଏବେ ଗୁଜରାଟର ସାବରମତୀ ଜେଲରେ ବନ୍ଦୀ ଅଛି। କଥିତ ରୂପେ କୃଷ୍ଣସାର ମୃଗ ଶିକାର ମାମଲା ପରେ ଲରେନ୍ସ ବିଶ୍ନୋଇ ଓ ତାଙ୍କ ଗ୍ୟାଙ୍ଗରୁ ଅନେକବାର ଜୀବନରେ ମାରିବାକୁ ଧମକ ଦିଆଯାଉଛି। ଗଣମାଧ୍ୟମ ସହ ଲରେନ୍ସ ବିଶ୍ନୋଇର ଭାଈ ରମେଶ ବିଶ୍ନୋଇ ଏହି ମାମଲାରେ କଥା ହୋଇଛନ୍ତି।  ସେ କହିଛନ୍ତି ଯେ ସଲମାନ ଖାନ ପ୍ରଥମେ ବିଶ୍ନୋଇ ସମାଜକୁ ପଇସା ଯାଚିଥିଲେ। 

ରମେଶ କହିଛନ୍ତି ଯେ ସଲମାନଙ୍କ ପିତା ସଲିମ ଖାନ ଲରେନ୍ସ ଗ୍ୟାଙ୍ଗ ପଇସା ପାଇଁ ଏପରି ଧମକାଉଥିବାର ଅଭିଯୋଗ କରୁଛନ୍ତି। ତେବେ ମୁଁ ତାଙ୍କୁ ମନେ ପକାଇ ଦେବାକୁ ଚାହେଁ ଯେ ତାଙ୍କ ପୁଅ ସମୂଦାୟ ସମ୍ମୁଖକୁ ଏକ ଚେକ୍ ବୁକ୍ ନେଇ ଯାଇଥିଲେ ଓ କହିଥିଲେ ଅଙ୍କ ଭର ଓ ଯେତେ ଇଛା ସେତେ ଟଙ୍କା ନେଇ ଯାଅ। ରମେସ କହିଛନ୍ତି ଯଦି ଆମେ ପଇସା ଲୋଭି ହୋଇଥାନ୍ତୁ ସେତେବେଳେ ସଲମାନ ଯାଚିଥିବା ପଇସା ଆମେ ନେଇଯାଇ ଥାନ୍ତୁ।

ଲରେନ୍ସ ବିଶ୍ନୋଇର ସମ୍ପର୍କୀୟ ଭାଇ କହିଛନ୍ତି ଯେ ଯେତେବେଳେ କୃଷ୍ମସାର ମୃଗ ଘଟଣା ଘଟିଲା ସେତେବେଳେ ବିଶ୍ନୋଇ ସମାଜର ରକ୍ତ ଟକମକ ହୋଇ ଫୁଟୁଥିଲା ଓ ପୁରା ସମୁଦାୟ ଆକ୍ରୋଶରେ ଥିଲା। ତେବେ ଆମେ ନିଷ୍ପତିକୁ କୋର୍ଟ ଉପରେ ଛାଡି ଦେଇଥିଲୁ। କିନ୍ତୁ ସମୂଦାୟକୁ ଯଦି ପରିହାସ କରାଗଲା ତେବେ ସମାଜ ରାଗିବା ସ୍ୱଭାବିକ। ରମେସ କହିଛନ୍ତି ଯେ ଆଜି ବି ମାମଲାରେ ପୁରା ବିଶ୍ନୋଇ ସମାଜ ଲରେନ୍ସ ସହିତ ଛିଡା ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.