ନୂଆଦିଲ୍ଲୀ ୨୫/୦୩: ବିହାର ବିଧାନ ପରିଷଦରେ ଅଦ୍ଭୁତ ଘଟଣା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ମୁହାଁମୁହିଁ ହୋଇଛନ୍ତି । ବିହାର ବିଧାନପରିଷଦ ଗୃହରେ ଉଭୟଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି । ନୀତୀଶ କୁମାର ରାବଡୀ ଦେବୀଙ୍କୁ କଟାକ୍ଷ କରି କହିଥିଲେ କି, ପାର୍ଟି ତୁମ ସ୍ୱାମୀଙ୍କର ଓ ତୁମେ ତାଙ୍କ କ୍ଷମତାରେ ଏଠି ପହଂଚିପାରିଛ । ତେଣୁ ତୁମକୁ ଗୁରୁତର ସହ ନିଆଯାଇପାରିବ ନାହିଁ ।
ବିହାର ବିଧାନପରିଷଦରେ ଆଲୋଚନା ଚାଲିଥିବା ବେଳେ ନୀତୀଶ କୁମାର କହିଥିଲେ କି, ମହାମେଣ୍ଟର ସଦସ୍ୟମାନେ ଏନଡିଏ ଓ ବିଜେପିକୁ ସଂରକ୍ଷଣ ଚୋର କହୁଛନ୍ତି । ଏହାପରେ ସେ ଆରଜେଡି ବାବଦରେ କିଛି କହିବାକୁ ଯାଉଥିବା ବେଳେ ରାବଡୀ ଦେବୀ ଠିଆ ହୋଇପଡିଥିଲେ । ଏହାଦେଖି ନୀତୀଶ କୁମାର ରାବଡୀ ଦେବୀଙ୍କ ଉପରେ ବର୍ଷିଥିଲେ । ନୀତୀଶ ରାବଡୀ ଦେବୀଙ୍କୁ ଇଙ୍ଗିତ କରି କହିଥିଲେ ନିଜ ଚେୟାରରେ ବସିପଡ । ପାର୍ଟି ତୁମ ସ୍ୱାମୀଙ୍କର, ତୁମେ କିଛି ନୁହେଁ ବୋଲି କଟାକ୍ଷ ମଧ୍ୟ କରିଥିଲେ ।
Patna: A heated exchange erupted in the Bihar Legislative Council between Chief Minister Nitish Kumar and former Chief Minister Rabri Devi pic.twitter.com/nz7gOAXARf
— IANS (@ians_india) March 25, 2025
କହିବାକୁ ଗଲେ ନୀତୀଶ କୁମାର ଓ ରାବଡୀ ଦେବୀଙ୍କ ମଧ୍ୟରେ ଝଗଡା ଓ କଥା କଟାକଟି ପ୍ରଥମ ନୁହେଁ । ପୂର୍ବରୁ ବି ଏମିତି ଅନେକ ଘଟଣା ନଜରକୁ ଆସିଛି । ନିକଟରେ ବିହାର ବିଧାନସଭା ପରିଷଦରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ମଧ୍ୟରେ ଏକ ବିତର୍କ ହୋଇଥିଲା। ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ରମଣରେ ନୀତୀଶ କୁମାର ରାଗି ଯାଇଥିଲେ। ରାବଡୀ ଦେବୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।
ବିରୋଧୀ ଦଳ ହଟ୍ଟଗୋଳ କରିବା ପରେ ମାର୍ଚ୍ଚ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୃହରେ ଠିଆ ହୋଇଥିଲେ । ରାବଡୀ ଦେବୀଙ୍କ ଆଡ଼କୁ ଇଙ୍ଗିତ କରି ସେ କହିଲେ, 'ଯେତେବେଳେ ତାଙ୍କ ସ୍ୱାମୀ କ୍ଷମତାରେ ଥିଲେ, ସେତେବେଳେ ପରିସ୍ଥିତି କିପରି ଥିଲା ?' ବିହାରରେ କୌଣସି କାମ ହୋଇନଥିଲା। ଯଦି କୌଣସି ଘଟଣା ଘଟିଛି, ତେବେ ତଦନ୍ତ ହେବ। ତାଙ୍କ ସ୍ୱାମୀ କ୍ଷମତାରେ ଥିବା ସମୟରେ କ’ଣ କୌଣସି ତଦନ୍ତ କରାଯାଇଥିଲା? ତୁମେ କୌଣସି କାମ କରିଛ କି? ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବହୁତ ଯୁଦ୍ଧ ହୋଇଥିଲା। ଆମେ ସମସ୍ତ କାମ କରିସାରିଛୁ। ଏସବୁ କହିବାର କୌଣସି ଅର୍ଥ ନାହିଁ।