ଭୁବନେଶ୍ବର ୧୩।୭: ବାଲେଶ୍ୱର ଫକୀରମୋହନ କଲେଜ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ବାଲେଶ୍ୱର ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ବିଜୁ ଛାତ୍ର ଓ ଯୁବ ଜନତା ଦଳ । ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଶହ ଶହ ବିଜୁ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାର ଉଦ୍ୟମ କରିଛନ୍ତି । ଏହି ଉଦ୍ୟମ ବେଳେ ପୋଲିସ ତାଙ୍କୁ ଅଟକାଇ ସମସ୍ତଙ୍କୁ ଅଟକ ରଖିଛି । ଏହି ଘଟଣାରେ ସରକାର କୌଣସି ପଦକ୍ଷେପ ନନେଇ ଥିବାରୁ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିବା ବିଜେଡି ଅଭିଯୋଗ ଆଣିଛି । ସମସ୍ତ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଛି ।
You Can Read: