ମୁମ୍ୱାଇ : କମେଡି କିଙ୍ଗ୍ କପିଲ ଶର୍ମାଙ୍କର ଏହି ଶନିବାରର ଏପିସୋଡ୍ ଫୁଲ୍ ଅଫ୍ ଲାଫଟର ରହିଥିଲା। ଓଟିଟି ଦୁନିଆର ଅନେକ ଷ୍ଟାର୍ ଶୋ’ର ସଦସ୍ୟ ହୋଇ ଥିଲେ। ପ୍ରତୀକ ଗାନ୍ଧୀ, ଜିତେନ୍ଦ୍ର କୁମାର ,ଜୟଦୀପ ଅହଲାୱତ ଓ ବିଜୟ ବର୍ମା ଶୋ’ରେ ଗେଷ୍ଟ ଭାବେ ନଜର ଆସି ଥିଲେ। କଥାବାର୍ତ୍ତା ବେଳେ ପ୍ରତୀକ ଗାନ୍ଧୀ କପିଲ ଶର୍ମାଙ୍କୁ ନିଜର ଷ୍ଟ୍ରଗଲ ଦିନ ବିଷୟରେ କହିଥିଲେ। ପ୍ରତୀକ ଗାନ୍ଧୀ କହିଥିଲେ ଯେ , ଆକ୍ଟିଂ ଦୁନିଆରେ ସଫଳତା ପାଇବା ପୂର୍ବରୁ ସେ ଅନେକ ପ୍ରକାରର ଛୋଟ ବଡ଼ କାମ କରିଥିଲେ।
ଘର ଘର ଯାଇ ଟାଙ୍କି ସଫା କରୁଥିଲେ –
ପ୍ରତୀକ ଗାନ୍ଧୀ କହିଛନ୍ତି ଯେ, ସେ ଘରକୁ ଘର ଯାଇ ଉପହାର ବାଣ୍ଟିବାର କାମ କରୁଥିଲେ , ଏହା ବ୍ୟତୀତ ସେ ଅନେକ ଆୟୋଜନରେ ହେଲପରର କାମ ମଧ୍ୟ କରି ସାରିଛନ୍ତି। ବିଜୟ ବର୍ମା ମୁମ୍ୱାଇ ଆସିବା ପରେ ନିଜର ଅଭିଜ୍ଞତା ବିଷୟରେ କହିଥିଲେ , ଯେତେବେଳେ ମୁଁ ମୁମ୍ୱାଇ ଆସିଲି ତ ମୁଁ ପାଣି ଟାଙ୍କି ସଫା କରିବାର କାମ ଆରମ୍ଭ କରିଥିଲି। ଏଥିପାଇଁ ମୁଁ ୨-୩ ଜଣ ଲୋକ କାମରେ ରଖି ଥିଲି, ଟାଙ୍କି ଭିତରେ ପଶି ସଫେଇ କାମ କରୁଥିଲି, କିନ୍ତୁ ଅନେକ ଥର ଏମିତି ହେଉଥିଲା ଯେ, ୱାର୍କର କାମକୁ ଆସୁ ନଥିଲେ। ସେବେ ଠାରୁ ନିଜେ ହିଁ ଲୋକଙ୍କ ଘରକୁ ଯାଇ ଟାଙ୍କିରେ ପଶି ସଫେଇ କରୁଥିଲେ।
ପ୍ରତୀକ ଗାନ୍ଧୀ କହି ଥିଲେ ଯେ, ସେ ଏହି କାମ ହାତରେ କରୁ ନଥିଲେ , ଏଥିପାଇଁ ତାଙ୍କ ପାଖରେ ଉପଯୁକ୍ତ ମେସିନ ଥିଲା। ପ୍ରତୀକ ଗାନ୍ଧୀ ଏବେ ସୁଦ୍ଧା ଦୋ ପ୍ୟାର୍, ଅଗ୍ନି , ଧୂମ ଧାମ୍ ଓ ସ୍କାମ୍ ଭଳି ପ୍ରୋଜେକ୍ଟ କରି ସାରିଛନ୍ତି। ପ୍ରତୀକ ଗାନ୍ଧୀ ଓ ଅନ୍ୟ ଅଭିନେତାଙ୍କ ଠାରୁ ଯେତେବେଳେ ଶୋ’ରେ ଆକ୍ଟିଂ ଦୁନିଆକୁ ଆସିବାର ଆଲୋଚନା ଚାଲିଥିଲା, ତ ବିଜୟ ବର୍ମା ଓ ଜିତେନ୍ଦ୍ରଙ୍କ କଥା ଆସିବାରୁ ସେ କହିଥିଲେ ଯେ ଇଂଜିନିୟର ହେବା ପରେ ଆପଣ ବୁଝି ପାରନ୍ତି ଯେ , ଆପଣଙ୍କୁ ନିଜର ଜୀବନରେ ଆଗକୁ କଣ କରିବାର ଅଛି। ଜୟଦୀପ ଅହଲାୱତ ମଧ୍ୟ ଶୋ’ରେ ଜବରଦସ୍ତ ମସ୍ତି କରିଥିଲେ।