ପିପିଲିରେ ଚାଲିଛି କୁକୁଡା ମରା ଅଭିଯାନ, ବିରୋଧ କରି ବିଭାଗୀୟ ଅଧିକାରୀଙ୍କୁ ଘେରିଲେ ଚାଷୀ

Published By : Prameya-News7 Bureau | August 25, 2024 IST

ପିପିଲି ୨୫ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁକୁ ନେଇ ଚାଲିଛି କୁକୁଡା ମରା ଅଭିଯାନ । ବିଭିନ୍ନ କୁକୁଡା ଫାର୍ମରେ କୁକୁଡା ଗୁଡିକୁ ମାରି ସେଠାରୁ ନେଇ ଯାଉଛନ୍ତି ରାପିଡ୍‌ ରେସକ୍ୟୁ ଟିମ୍‌ର ସଦସ୍ୟ । ଆଉ ଏପଟେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି କୁକୁଡା ଚାଷୀ । ସଂକ୍ରମିତ କୁକୁଡ଼ା ଫାର୍ମ ଚୟନକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଘେରିଛନ୍ତି ଚାଷୀ । ପିପିଲି ଅଞ୍ଚଳରେ ଦେଢ଼ ଶହରୁ ଅଧିକ କୁକୁଡ଼ା ଫାର୍ମ ଥିବା ବେଳେ କିଭଳି ପିପିଲି ତେଇଶପୁର ଅଞ୍ଚଳର ୫୪ଟି ଫାର୍ମକୁ ସଂକ୍ରମିତ ଘୋଷଣା କରାଗଲା ଓ ଅନ୍ୟ ଫାର୍ମକୁ ଛାଡି ଦିଆଯିବାକୁ ସ୍ଥିର ହେଲା ତାକୁ ନେଇ ଚାଷୀ ଉଠାଇଛନ୍ତି ପ୍ରଶ୍ନ । ଅନ୍ୟ ଫାର୍ମ ଗୁଡିକୁ କେଉଁ ଆଧାରରେ ଚିହ୍ନଟ କରାଯାଇ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପିପିଲି, ଜଗନ୍ନାଥପୁର, ଉତ୍ତରା, ସାତଶଙ୍ଖ, କଣ୍ଟି ଅଞ୍ଚଳରେ ୧୫୦ରୁ ଉର୍ଦ୍ଧ୍ବ କୁକୁଡ଼ା ଫାର୍ମ ରହିଛି । ଡେଲାଙ୍ଗ ଅଞ୍ଚଳରେ ମଧ୍ୟ ଶହେ ଫାର୍ମ ଓ ସତ୍ୟବାଦୀରେ ୮୦ଟି ଫାର୍ମ ବାର୍ଡ ଫ୍ଲୁ ଦ୍ବାରା ପ୍ରଭାବିତ ହୋଇଥିବା କୁହାଯାଉଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଏଗୁଡ଼ିକ କ’ଣ ପାଇଁ ବାଦ ଦିଆଯାଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସେପଟେ କୁକୁଡ଼ା ମାରିବା  ସମୟରେ ଚାଷୀକୁ କ୍ଷତିପୂରଣ ଦେବା ସହିତ ସ୍ଵଚ୍ଛତା  ଅବଲମ୍ବନ କରିବା ପାଇଁ ଚାଷୀ ଦାବି କରିଛନ୍ତି ।

ରାପିଡ ରେସକ୍ୟୁ ଟିମ୍ ଆବଲପୁର, ପୋଡଙ୍ଗ, ଜନାର୍ଦ୍ଦନପୁର, ରାୟଗରପୁର, ସହଜପୁର, ଆଳିସ, ବାଲିଗାଁ, ଓଡ଼ଶମୁଡ଼ି ଅଞ୍ଚଳର ୪ଟି ଫାର୍ମରେ ପାଖାପାଖି ୫ ହଜାର କୁକୁଡ଼ା ମାରିଛନ୍ତି । ଅନ୍ୟ ଚିହ୍ନଟ ଫାର୍ମରେ କୁକୁଡା ନାହିଁ । ପିପିଲି, ଡେଲାଙ୍ଗ ଓ ସତ୍ୟବାଦୀ ଅଞ୍ଚଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦେବା ପାଇଁ ରାଜ୍ୟ କୁକୁଡା ଚାଷୀ ସମ୍ପାଦକ ଦାବି ଉଠାଇଛନ୍ତି । 

You Can Read:

ଓଡ଼ିଶାରେ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସେବା କାର୍ଯ୍ୟକୁ ପୁରିଲା ୫୨ବର୍ଷ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.