ଲୋକସଭାରେ ଖାତା ବି ଖୋଲି ପାରିଲାନି ବିଜେଡି, ୨୦ ସିଟ୍ ପୋଛି ନେଲା ବିଜେପି

Published By : Prameya-News7 Bureau | June 05, 2024 IST

ଭୁବନେଶ୍ଵର: ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ବିଜେଡି ଏମିତି ଦୟନୀୟ ସ୍ଥିତି ଦେଖିବ କେହି ଚିନ୍ତା କରି ନ ଥିଲେ। ବିଶେଷ କରି ୨୧ ଲୋକସଭା ସିଟରେ ବିଜେଡି ଖାତା ବି ଖୋଲି ପାରି ନାହିଁ। ବିଜେପି ୨୦ଟି ଜିତିଥିବା ବେଳେ କଂଗ୍ରେସ ନିଜର କୋରାପୁଟ ଆସନ ଜିତିବାରେ ସଫଳ ହୋଇଛି। ବିଜେଡି ତାର ନିର୍ବାଚନୀ ଇତିହାସରେ ପ୍ରଥମ ଥର ଲୋକସଭା ନିର୍ବାଚନରେ ଏମିତି ଶୋଚନୀୟ ପରାଜୟ ଭୋଗିଛି। ବିଜେପିର ସୁନାମୀରେ ବିଜେଡି ସଫା ହୋଇ ଯାଇଛି। 

ଯାଜପୁର ସିଟରେ ଶର୍ମିଷ୍ଠା ସେଠୀ ଆଗରେ ଥିଲେ। ହେଲେ ତାଙ୍କ ପରାଜୟ ସହ ବିଜେଡି ଓଡିଶାରେ ଲୋକସଭାରୁ ଖାତା ଖୋଲିବାରେ ବିଫଳ  ହୋଇଛି। ବିଜେପି ୨୧ ସିଟରୁ ୨୦ଟି ପୋଛି ନେଇଛି, ଯାହା ଦଳର ଐତିହାସିକ ପ୍ରଦର୍ଶନ। ଆଉ ଓଡ଼ିଶାର ଏହି ବିଜୟ କେନ୍ଦ୍ରରେ ବିଜେପିକୁ ଆହୁରି ମଜବୁତ କରିଛି। 

Also read: ବିରୋଧୀ ଆସନରେ ବସିବେ ନା ସରକାର ଗଢିବାକୁ ଚେଷ୍ଟା କରିବେ ? ଏମିତି ଜବାବ ଦେଲେ ରାହୁଲ

ବିଜେପି ଆସ୍କା, ବାଲେଶ୍ଵର, ବରଗଡ଼, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ଵର, ବଲାଙ୍ଗୀର, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଆସନରେ ବିଜୟ ହାସଲ କରିଛି। କୋରାପୁଟା ଗୋଟିଏ ସଂସଦୀୟ କ୍ଷେତ୍ର କଂଗ୍ରେସ ଖାତାକୁ ଯାଇଛି। 

ବିଜେପିର ବିଜୟୀ ପ୍ରାର୍ଥୀ

ଆସ୍କା- ଅନିତା ଶୁଭଦର୍ଶିନୀ

ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ

ବରଗଡ଼- ପ୍ରଦୀପ ପୁରୋହିତ

ବ୍ରହ୍ମପୁର- ପ୍ରଦୀପ ପାଣିଗ୍ରାହୀ

ଭଦ୍ରକ- ଅଭିମନ୍ୟୁ ସେଠୀ

ଭୁବନେଶ୍ଵର- ଅପରାଜିତା ଷଡ଼ଙ୍ଗୀ

ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ

କଟକ- ଭର୍ତ୍ତୃହରି ମହତାବ

ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି

ଜଗତସିଂହପୁର- ବିଭୂ ପ୍ରସାଦ ତରାଇ

ଯାଜପୁର- ରବୀନ୍ଦ୍ର ନାରାୟଣ ବେହେରା

କଳାହାଣ୍ଡି- ମାଳବିକା ଦେବୀ

କନ୍ଧମାଳ- ସୁକାନ୍ତ କୁମାର ପାଣିଗ୍ରାହୀ

କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା

କେନ୍ଦୁଝର- ଅନନ୍ତ ନାୟକ

ମୟୂରଭଞ୍ଜ- ନବଚରଣ ମାଝୀ

ନବରଙ୍ଗପୁର- ବଳଭଦ୍ର ମାଝୀ

ପୁରୀ- ସମ୍ବିତ ପାତ୍ର

ସମ୍ବଲପୁର- ଧର୍ମେନ୍ଦ୍ର ପ୍ରଧାନ

ସୁନ୍ଦରଗଡ଼- ଜୁଏଲ ଓରାମ

କଂଗ୍ରେସର ବିଜୟୀ ପ୍ରାର୍ଥୀ

କୋରାପୁଟ- ସପ୍ତଗିରି ଉଲାକା 

 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.