ଶଙ୍ଖ ଶୂନ୍ୟ ଅଷ୍ଟାଦଶ ଲୋକସଭା; ଶପଥ ଗ୍ରହଣରେ ଜଣେ ବି ନାହାନ୍ତି ବିଜେଡି ସାଂସଦ

Published By : Prameya-News7 Bureau | June 24, 2024 IST

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ଶୁଭିବନି ବିଜୁ ଜନତା ଦଳ ସ୍ବର । ବିଜେଡି ଶୂନ୍ୟ ହୋଇଛି ଲୋକସଭା । ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେଡିର ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ହୋଇଛି । ୧୯୯୮ରୁ ଲୋକସଭାରେ ନିଜର ପତିଆରା ଜାହିର କରୁଥିବା ବିଜେଡି ଦଳର ଏଥର ଖାତା ଖୋଲି ନାହିଁ । ରାଜ୍ୟର ୨୧ଟି ଲୋକସଭା ଆସନରୁ ଗୋଟିଏ ବି ସିଟରେ ଜିତି ନାହିଁ ଦଳ । ବିଜେପି ୨୦ଟି ଆସନରେ ଜିତି ଥିବାବେଳେ କଂଗ୍ରେସ ଗୋଟିଏରେ ବାଜି ମାରିନେଇଛି । ଯାହାଫଳରେ ଅଷ୍ଟାଦଶ ଲୋକସଭା ଶଙ୍ଖ ଶୂନ୍ୟ ହୋଇଛି ।

ସୋମବାର ଲୋକସଭାରେ ସାଂସଦ ମାନେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ପ୍ରକ୍ରିୟା ଦୁଇ ଦିନ ଧରି ଚାଲିବ । ହେଲେ ବିଜୁ ଜନତା ଦଳର ନେତାଙ୍କୁ ଏଠାରେ ଦେଖିବାରୁ ମିଳିବ ନାହିଁ । ଏଣିକି ଆସନ୍ତା ପାଞ୍ଚ ବର୍ଷ ଯାଏ କୌଣସି ବିଲ୍ ଉପରେ ବିଜେଡିର ଶାଣିତ ସ୍ବର ମଧ୍ୟ ଶୁଭିବ ନାହିଁ ।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.