ଅକ୍ଟୋବର ୨ରୁ ବିଜେଡିର ସଦସ୍ୟତା ସଂଗ୍ରହ, ଏଥର କୋଟିଏ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ

Published By : Prameya-News7 Bureau | September 26, 2024 IST

ଭୁବନେଶ୍ବର ୨୬।୯: କୋଟିଏ ସଦସ୍ୟତା ସଂଗ୍ରହ କରିବ ବିଜେଡି । ଅକ୍ଟୋବର ୨ରୁ ବିଜେଡି ଆରମ୍ଭ କରିବ ସଦସ୍ୟତା ସଂଗ୍ରହ ଅଭିଯାନ । ଘର ଘର ବୁଲି ସଦସ୍ୟ ସଂଗ୍ରହ କରିବେ ବିଜେଡି କର୍ମୀ ।  ସଦସ୍ୟତା ସଂଗ୍ରହ ପାଇଁ ବିଜେଡି ମଧ୍ୟ ଗତକାଲି ଗୋଟିଏ କମିଟି ଗଠନ କରିଛି।  ଏହି କମିଟିରେ ୨୨ଜଣ ସଦସ୍ୟ ଥିବାବେଳେ ଅତୁନ ସବ୍ୟସାଚୀ ନାୟକ ସଂଯୋଜକ ରହିଛନ୍ତି। ଏହି କମିଟି କିଭଳି ଭାବେ ତୃଣମୂଳ ସ୍ତରରୁ ସଦସ୍ୟ ସଂଗ୍ରହ ଅଭିଯାନ କରିବ ତାର ତଦାରଖ କରିବ। ସଦସ୍ୟତା ସଂଗ୍ରହ କମିଟି ମେମ୍ବର ତଥା ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ନବୀନ ପଟ୍ଟନାୟକଙ୍କ ଉପରେ ଆଜି ବି ଲୋକଙ୍କଙ୍କ ଆଶା, ବିଶ୍ବାସ ଓ ଆସ୍ଥା ରହିଛି। ଲୋକେ ଜାଣିସାରିଲେଣି ଯେ ବିଜେପି ସରକାର କେବଳ ନବୀନ ବାବୁଙ୍କ ସରକାର ସମୟରେ ହୋଇଥିବା ଯୋଜନାରେ ରଙ୍ଗ ବୋଳୁଛନ୍ତି । ଏମାନେ ବିଫଳ । ତେଣୁ  ଏଥର ସର୍ବାଧିକ ସଦସ୍ୟତା ସଂଗ୍ରହ ହେବ ବୋଲି କହିଛନ୍ତି ଶୁଭାଶିଷ ଖୁଣ୍ଟିଆ। ସେହିଭଳି ମହେଶ ସାହୁ କହିଛନ୍ତି ବିଜେପି ପିଣ୍ଡାରେ ବସି ସଦସ୍ୟତା ସଂଗ୍ରହ କରିବ ବିଜେଡି। ଆମେ ଘରଘର ବୁଲି ସଦସ୍ୟତା ସଂଗ୍ରହ କରିବୁ।  

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ପଦଯାତ୍ରା ଜିରିଆରେ ମଇଦାନକୁ ଓହ୍ଲାଇବ।  ତା ପୂର୍ବରୁ ଦଳକୁ ସକ୍ରିୟ କରିବା ବିଭିନ୍ନ କମିଟ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ବୁଧବାର ତିନୋଟି କମିଟି ଗଠନ କରିଛି ବିଜେଡି।  ବରିଷ୍ଠ ନେତାଙ୍କୁ ନେଇ ଏକ ପରାମର୍ଶଦାତ୍ତା କମିଟି ଗଠନ କରିଥିବା ବେଳେ ଯୁବ ଓ ଅଭିଜ୍ଞ ନେତାଙ୍କୁ ନେଇ ମେମ୍ବରସିପ ଡ୍ରାଇଭ କମିଟି ଏବଂ ପ୍ରୋଗ୍ରାମ ଇମ୍ପଲିମେଣ୍ଟସନ କମିଟି ଗଠନ କରାଯାଇଛି। ଯେଉଁଥିରେ ଜଣେ ଜଣେ ବରିଷ୍ଠ ନେତାଙ୍କୁ କନଭେନର ରଖାଯାଇଛି। ଗୋଟିଏ କମିଟିରେ ବରିଷ୍ଠ ନେତା ଥିବାବେଳେ ଆଉ ଦୁଇଟି କମିଟି କନିଷ୍ଠକୁ ନେଇ ଗଠନ କରାଯାଇଛି। ଦୁର୍ଗାପୂଜା ପରେ ବିଭିନ୍ନ ଇସ୍ୟୁକୁ ନେଇ ଜନଆନ୍ଦୋଳନ କରି ପତିଆର ଦେଖାଇବା ବିଜେଡି । 

You Can Read:

ରାସ୍ତା ଉପରେ ପୂଜା ପେଣ୍ଡାଲ ଓ ତୋରଣ ନିର୍ମାଣ ନ କରିବାକୁ ତାଗିଦ କଲେ ହାଇକୋର୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.