ଏପ୍ରିଲ୍ ୧ରେ ଓଡ଼ିଶା ଦିବସକୁ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରିବ ବିଜେଡି

Published By : Prameya-News7 Bureau | March 30, 2025 IST

ଭୁବନେଶ୍ବର ୩୦: ବିଜେଡି ପାଳିବ ଓଡ଼ିଶା ଦିବସ । ଏପ୍ରିଲ୍ ୧ ତାରିଖ ଦିନ ଏହି ଦିବସକୁ ବେଶ୍ ଧୁମ୍‌ଧାମ୍‌ରେ ସମଗ୍ର ରାଜ୍ୟରେ ପାଳନ କରିବ ବିଜେଡି । ସାମ୍ବାଦିକ ସମ୍ମିଳନୀରେରେ ସୂଚନା ଦେଲେ ବିଜେଡି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ଭୁବନେଶ୍ୱରଠୁ ଆରମ୍ଭ କରି ବ୍ଲକ, ପଞ୍ଚାୟତରେ ପାଳନ ହେବ ବୋଲି କୁହାଯାଇଛି । ଶଙ୍ଖ ଭବନ କାର୍ଯ୍ୟକ୍ରମରେ ବିଜେଡି ସଭାପତି ଯୋଗଦେବେ । ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ବିଧାୟକ, ସାଂସଦ ଓ ଅନ୍ୟ ନେତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଠିକଣା ଭାବେ ପାଳନ କରିବୁ ବୋଲି କୁହାଯାଇଛି ।

You Can Read:

କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ : ଜାରି ହେଲା ହେଲ୍ପଲାଇନ୍ ନମ୍ବର, ୫ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.