ଭାଙ୍ଗିଲା ମୋହ, ବିଜେପି ଛାଡ଼ି ହାତ ଧରିଲେ ରାକେଶ ଗୁପ୍ତା, ଥିଲେ ସିନ୍ଧିଆଙ୍କ ଘନିଷ୍ଠ

Published By : Prameya-News7 Bureau | June 27, 2023 IST

ଭୋପାଳ: ମଧ୍ୟପ୍ରଦେଶରେ ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ । ପଦ୍ମ ଛାଡ଼ି କଂଗ୍ରେସକୁ ଡିଆଁ ମାରୁଛନ୍ତି ଜଣଙ୍କ ପରେ ଜଣେ ନେତା । ବିଜେପିକୁ ଏବେ ବଡ଼ ଝଟକା ଲାଗିଛି । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ କୁହାଯାଉଥିବା ରାକେଶ ଗୁପ୍ତା ପଦ୍ମ ଛାଡ଼ି ହାତ ସହିତ ପଞ୍ଝା ମିଳେଇଲେ । ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପସ୍ଥିତିରେ  କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।  

କେବଳ ରାକେଶ ଗୁପ୍ତା ନୁହଁନ୍ତି, ତାଙ୍କ ସହିତ ପ୍ରାୟ ୨ ହଜାରରୁ ଅଧିକ ତୁଙ୍ଗ ନେତା ବିପେଜି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି । ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ଥିଲେ ରାକେଶ ଗୁପ୍ତା । କଂଗ୍ରେସରେ ମିଶିବା ପରେ ମୁହଁ ଖୋଲିଛନ୍ତି ରାକେଶ । ବିପେଜି ନେତା ତାଙ୍କୁ ଠକିଛନ୍ତି ଓ ପାର୍ଟିରେ ତାଙ୍କୁ ସମ୍ମାନ ମିଳୁନଥିବାରୁ ସେ ଦଳ ଛାଡ଼ି ପୁଣି ଥରେ ନିଜ ଘର କଂଗ୍ରେସକୁ ଫେରିଛନ୍ତି ବୋଲି କହିଛନ୍ତି ।

ପଢ଼ନ୍ତୁ-କ’ଣ ମଧ୍ୟପ୍ରଦେଶରେ ବିଜେପିଠୁ କ୍ଷମତା ଛଡ଼ାଇ ପାରିବ କଂଗ୍ରେସ ? ସାମ୍ନାକୁ ଆସିଲା OPINION POLL

ରାକେଶ ଗୁପ୍ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭକୁ କଂଗ୍ରେସ ସହିତ ଜଡ଼ିତ । ୨୦୨୦ ମାର୍ଚ୍ଚ ମାସରେ ସିନ୍ଧିଆଙ୍କ ସହିତ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ସୋମବାର ସେ ବରିଷ୍ଠ ନେତାଙ୍କୁ କ୍ଷମା ପ୍ରାର୍ଥନା କରି କଂଗ୍ରେସରେ ଯୋଗଦେଇଛନ୍ତି । ନିଜ ଘରକୁ ଫେରିଛନ୍ତି ବୋଲି କହିଛନ୍ତି । କଂଗ୍ରେସରେ ୪୦ ବର୍ଷ ଧରି କାର୍ଯ୍ୟ କରିଛନ୍ତି । କଂଗ୍ରେସ ତାଙ୍କୁ ମାନ, ସମ୍ମାନ ଓ ନେତୃତ୍ବ ନେବାକୁ ସୁଯୋଗ ଦେଇଛି ବୋଲି ରାକେଶ ଗୁପ୍ତା କହିଛନ୍ତି ।  

ଏହା ପୂର୍ବରୁ ସିନ୍ଧିଆଙ୍କ ଘନିଷ୍ଠ ବୈଜନାଥ ଯାଦବ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ମୋହ ଛାଡ଼ି କଂଗ୍ରେସଲେ ମିଶୁଛନ୍ତି ବହୁ ବରିଷ୍ଠ ନେତା ।
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.