ବିରୋଧୀ ଏକତା ଜବାବରେ ଏନଡିଏର ଶକ୍ତି ପ୍ରଦର୍ଶନ, ନଡ୍ଡା କହିଲେ- ୩୮ ଦଳ ହେବେ ସାମିଲ

Published By : Prameya-News7 Bureau | July 17, 2023 IST

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡିକର ଏକତା ପାଇଁ ବେଙ୍ଗାଲୁରୁରେ ଚାଲିଥିବା ବୈଠକର ଜବାବରେ ଏନଡିଏ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ । ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାବି କରିଛନ୍ତି ଯେ ଆମର ୩୮ ସହଯୋଗୀ ଏନଡିଏ ବୈଠକରେ ସାମିଲ ହେବା ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁରେ ଆଜିଠୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ବିରୋଧୀ ଦଳଙ୍କ ବୈଠକରେ ୨୬ ରାଜନୀତିକ ଦଳ ଏକାଠି ହୋଇଥିବା ଖବର ସାମନାକୁ ଆସିଛି । ଏପରି ସ୍ଥିତିରେ ଏନଡିଏ ବୈଠକକୁ ଶାସକ ଦଳର ଶକ୍ତି ପ୍ରଦର୍ଶନ ରୂପେ ଦେଖାଯାଉଛି ।

ପଢନ୍ତୁ: ବଦଳିବ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ‘ୟୁପିଏ’ ନାଁ ! ଆସନ୍ତାକାଲି ହୋଇପାରେ ନୂଆ ନାମକରଣ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ଗତ ୯ ବର୍ଷରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଜଭୁତ ନେତୃତ୍ୱକୁ ଦେଖିଛୁ । ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସ ମଧ୍ୟ ବଢିଛି । କରୋନା ମହାମାରୀର ପରିଚାଳନା କରି ପ୍ରଧାନମନ୍ତ୍ରୀ ମୋଦୀ ଉଦାହରଣ ସୃଷ୍ଟି କରିଛନ୍ତି । ଗତ ୯ ବର୍ଷରେ ଏନଡିଏ ସରକାର ସୁଶାସନ ପାଇଁ କାମ କରିଛି ଏବଂ ଆମେ ଏହା ଉପରେ ଲଗାତାର କାମ କରୁଛୁ ।

ୟୁପିଏ ନେତୃତ୍ୱହୀନ ଏବଂ ନୀତିହୀନ-ନଡ୍ଡା

ଏନଡିଏ ବୈଠକର ପୂର୍ବ ସଂଧ୍ୟାରେ ବିଜେପି ଅଧ୍ୟକ୍ଷ କହିଛନ୍ତି ଯେ ଏନଡିଏ ମେଣ୍ଟ ଭାରତକୁ ମଜଭୁତ କରିବା ପାଇଁ, ଅନ୍ୟପଟେ ୟୁପିଏ ନେତୃତ୍ୱହୀନ ଏବଂ ନୀତିହୀନ । ଏହା ଫୋଟୋ ଉଠାଇବା ପାଇଁ ଏକ ଅବସର ଅଟେ । ମୋଦୀ ସରକାରଙ୍କ ଯୋଜନା, ନୀତିର ସକାରାତ୍ମକ ପ୍ରଭାବ କାରଣରୁ ଏନଡିଏ ସହଯୋଗୀ ବେଶ ଉତ୍ସାହିତ ଅଛି ।

ପଢନ୍ତୁ: ଏନଡିଏ-ବିରୋଧୀ ବଳ କଷାକଷି, ବେଙ୍ଗାଳୁରୁରେ ବିପକ୍ଷଙ୍କ ମହାମେଳି, ସାମିଲ ହେବେ ୨୬ଟି ଦଳ

ଜେପି ନଡ୍ଡା କହିଛନ୍ତି ଯେ ଡିବିଟି ଜରିଆରେ ୨୮ ଲକ୍ଷ କୋଟି ଟଙ୍କା ସିଧା ଲାଭାର୍ଥୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ପ୍ରାୟ ୪-୫ ଲକ୍ଷ କୋଟି ଟଙ୍କାର ଲିକେଜକୁ ବନ୍ଦ କରିଦିଆଯାଇଛି । ଏହାଛଡା ଶାସନରେ ଡିଜିଟାଲ ଉପକରଣର ଉପଯୋଗକୁ ବଢିଛି, ଯାହା ଅଧିକ ପାରଦର୍ଶିତା ଆଣିଛି ।

Also Read: ବିଜେପିକୁ କରିପାରିବିନି ସମର୍ଥନ, ଜାରି ରହିବ ରାଜନୀତି, ବାଗୀ ନେତାଙ୍କୁ ଭେଟିବା ପରେ ଏମିତି କହିଲେ ଶରଦ ପାଓ୍ୱାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.