ନୂଆଦିଲ୍ଲୀ: ଛତିଶଗଡ଼ ପୌର ନିର୍ବାଚନରେ ବିଜେପିର ବାଜିମାତ୍ । ସାରା ରାଜ୍ୟରେ ଉଡ଼ିଛି ଗେରୁଆ ପତାକା । ରାଜ୍ୟର ଶାସନରେ ଥିବା ବିଜେପି ୧୦ ନଗର ନିଗମରେ ମେୟର ପଦ ନିର୍ବାଚନ ଜିତିଛି । ସବୁଠୁ ବଡ଼ ବିଜୟ ରାୟପୁରରେ ମିନଲ ଚୌବେଙ୍କୁ ମିଳିଛି । ମିନଲ ଚୌବେ ୧ ଲକ୍ଷ ୫୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଦୀପ୍ତି ଚୌବେଙ୍କୁ ପରାସ୍ତ କରିଛନ୍ତି । ଏହା ରାୟପୁରରେ ଆଜି ଯାଏର ସବୁଠୁ ବଡ଼ ବିଜୟ । ରାୟପୁର ନଗର ନିଗମ ଗତ ୧୫ ବର୍ଷ ହେଲା କଂଗ୍ରେସ ପାଖରେ ରହିଥିଲା । ଏହା ବ୍ୟତୀତ ଦୁର୍ଗ, ରାଜନାନ୍ଦଗାଓଁ, ବିଳାସପୁର, ଜଗଦଲପୁର, ଅମ୍ୱିକାପୁର, ରାୟଗଡ଼, ଚିରମିରି ନଗର ନିଗମରେ ବି କଂଗ୍ରେସ ସଫା ହୋଇଛି ।
ଛତିଶଗଡ଼ର ୧୦ ନଗର ନିଗମ, ୪୯ ପୌର ପରିଷଦ ଏବଂ ୧୧୪ ଏନଏସିରେ ଫେବ୍ରଆରି ୧୧ରେ ମତଦାନ ହୋଇଥିଲା । ଯାହାର ରେଜଲ୍ଟ ଆଜିର ଜାରି ହୋଇଛି । ଏଥିରେ ବିଜେପି ନଗର ନିଗମରେ ସମସ୍ତ ମେୟର ପଦରେ ବିଜୟୀ ହୋଇଛି । ତେବେ କଂଗ୍ରେସ ପୌର ପରିଷଦ ଏବଂ ଏନଏସିରେ କିଛି ଆସନ ଜିତିବାରେ ସଫଳ ହୋଇଛି ।
ପୌର ପରିଷଦର ୪୯ ଆସନରେ ସବୁଠୁ ଅଧିକ ବିଜୟ ବିଜେପିକୁ ମିଳିଛି । ପୌର ପରିଷଦରେ ବିଜେପିକୁ ୩୫, କଂଗ୍ରେସକୁ ୮, ଆମ୍ ଆଦମୀ ପାର୍ଟିକୁ ଗୋଟିଏ ଏବଂ ୫ ଆସନରେ ନିର୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଏନଏସିରେ ମୋଟ ୧୧୪ ଆସନ ମଧ୍ୟରୁ ବିଜେପିକୁ ୮୧, କଂଗ୍ରେସକୁ ୨୨ ଏବଂ ବିଏସପି ଗୋଟିଏ ଏବଂ ନିର୍ଦଳୀୟଙ୍କୁ ୧୦ ଆସନ ମିଳିଛି ।
ଦୁର୍ଗରୁ ବିଜେପିର ଅଲକା ବାଘମାର, ବିଳାସପୁରରୁ ପୂଜା ବିଧାନୀ, ରାୟଗଡ଼ରୁ ଜୀବବର୍ଦ୍ଧନ ଚୌହାନ, ରାଜନାନଗାଓଁରୁ ମଧୁସୂଦନ ଯାଦବ, କୋରବାରୁ ସଞ୍ଜୁ ଦେବୀ, ଅମ୍ୱିକାପୁରରୁ ମଞ୍ଜୁଷା ଭଗତ, ଜଗଦଲପୁରରୁ ସଂଜୟ ପାଣ୍ଡେ, ଧମତରୀରୁ ଜଗଦୀଶ ରାମୁ ରୋହରା ଏବଂ ଚିରମିରିରୁ ରାମନରେଶ ରାୟ ବିଜୟୀ ହୋଇଛନ୍ତି ।
ବିଜେପିର ଏହି ଐତିହାସିକ ବିଜୟ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ପୌର ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ମିଳିଥିବା ଐତିହାସିକ ବିଜୟରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବାରୁ ପାର୍ଟିର ଶୀର୍ଷ ନେତୃତ୍ୱ, ମନ୍ତ୍ରିଗଣ, ସାଂସଦ, ବିଧାୟକ, ପାର୍ଟି ପଦାଧିକାରୀ ଏବଂ ଦେବତୁଲ୍ୟ କାର୍ଯ୍ୟକର୍ତ୍ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।
आज का दिन राजनीति के क्षेत्र में छत्तीसगढ़ के इतिहास में स्वर्णाक्षरों से लिखा जाएगा। भारतीय जनता पार्टी को नगरीय निकाय चुनाव में ऐतिहासिक सफलता मिली है। यह प्रचंड जीत यशस्वी प्रधानमंत्री श्री नरेंद्र मोदी जी, मोदी की गारंटी, तेरह महीने में हमारी सरकार द्वारा किए गए विकास कार्यों… pic.twitter.com/nTjxxl6zgN
— Vishnu Deo Sai (@vishnudsai) February 15, 2025