ରମେଶ ବିଧୁଡ଼ିଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍‌; ଲୋକସଭାରେ ସାଂସଦଙ୍କ ବିରୋଧରେ କରିଥିଲେ ଆପତ୍ତିଜନକ ଟିପ୍ପଣୀ

Published By : Prameya-News7 Bureau | September 22, 2023 IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ରମେଶ ବିଧୁଡିଙ୍କ ଏକ ବିବାଦୀୟ ବୟାନକୁ ନେଇ ଲୋକସଭାରେ ହଙ୍ଗାମା ଜାରି ରହିଛି। ଏହାରି ମଧ୍ୟରେ ବିଜେପି ଶୁକ୍ରବାର ପାର୍ଟି ସାଂସଦ ରମେଶ ବିଧୁଡିଙ୍କୁ ଆପତ୍ତିଜନକ ଶବ୍ଦ କହିବା ମାମଲାରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି । ସେ ଏହି ଅପଶବ୍ଦ ବିଏସପି ଏମପି କନଓ୍ବର ଦାନିଶ ଅଲିଙ୍କ ବିରୋଧରେ ଲୋକସଭାରେ କହିଥିଲେ।

ସୂଚନାଥାଉକି, ଲୋକସଭାରେ ଚନ୍ଦ୍ରଯାନ-୩କୁ ନେଇ ଚର୍ଚ୍ଚା ହେଉଥିଲା । ଏହି ସମୟରେ ଦକ୍ଷିଣ ଦିଲ୍ଲୀରୁ ସାଂସଦ ଥିବା ବିଧୁଡ଼ି ଦାନିଶ ଅଲିଙ୍କୁ ଅନେକ ଅପଶବ୍ଦ କହିଥିଲେ। ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖାଯାଉଛି ଯେ ସେ ‘ଉଗ୍ରବାଦୀ’ ଭଳି ଶବ୍ଦର ମଧ୍ୟ ବ୍ୟବହାର କରୁଥିଲେ।

ଆହୁରି ପଢ଼ନ୍ତୁ: ବହୁମତ ସହ ଲୋକସଭାରେ ପାସ୍‌ ହେଲା ମହିଳା ସଂରକ୍ଷଣ ବିଲ୍‌, ବିରୋଧରେ ମାତ୍ର ୨ ଭୋଟ୍‌

ଆଉ ଏହାକୁ ନେଇ ବିରୋଧୀ ନେତା ମଧ୍ୟ ବିଧୁଡିଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କଂଗ୍ରେସ ସାଂସଦ ଜୟରାମ ରମେଶ, ଲୋକସଭାରୁ ବିଧୁରୀଙ୍କ ସସପେଣ୍ଡ ପାଇଁ ଦାବି କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ବିଧୁଡି ବ୍ୟବହାର କରିଥିବା ଭାଷା ଲୋକସଭା ବାହାରେ କିମ୍ବା ଭିତରେ ଆଦୌ ବ୍ୟବହାର କରାନଯିବା ଦରକାର।

ଏହା ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ମାମଲାକୁ ଗୁରୁତର ସହ ନେଇଥିଲେ। ଏହା ସହ ପୁନର୍ବାର ଏଭଳି କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବିଧୁଡୀଙ୍କ ଏହି ବୟାନ ଉପରେ ନିରାଶା ପ୍ରକଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅରୁଣାଚଳ ପ୍ରଦେଶ ଖେଳାଳିଙ୍କ ଅପମାନ, ଚୀନ୍‌କୁ ଭାରତର କଡ଼ା ଜବାବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.