ବିରୋଧୀ ବିଧାୟକ ମନ୍ତ୍ରୀଙ୍କୁ ହାତ ଉଠାଇବାକୁ ଚାହିଁଲେ, ଆମେ କ’ଣ ଚୁପ୍ ବସିବୁ : ଅଶୋକ ମହାନ୍ତି

Published By : Prameya-News7 Bureau | March 11, 2025 IST

ଭୁବନେଶ୍ବର : ଗୃହରେ ହଟ୍ଟଗୋଳ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ଅଶୋକ ମହାନ୍ତି । ସେ କହିଛନ୍ତି, ଆମର ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ସହ ଠେଲାପେଲା ହେଲା । ବିରୋଧୀ ବିଧାୟକ ମନ୍ତ୍ରୀଙ୍କୁ ହାତ ଉଠାଇବାକୁ ଚାହିଁଲେ । ଆମେ କ’ଣ ଚୁପ୍ ବସିବୁ ବୋଲି ଅଶୋକ କହିଛନ୍ତି । ସରକାରୀ ଦଳ ମନ୍ତ୍ରୀଙ୍କୁ ସୁରକ୍ଷା ଦେବ । ତେଣୁ ଆମେ ଗୃହ ମଧ୍ୟଭାଗକୁ ଆସିଲୁ । ଜୟ ନାରାୟଣ ମିଶ୍ର କାହିଁକି ମଧ୍ୟ ଭାଗକୁ ଆସିଲେ, ତାଙ୍କୁ ପଚାରିଲେ ଜଣା ପଡିବ ବୋଲି ସେ କହିଛନ୍ତି । 

ସେ କହିଲେ, ମୁଁ କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ କହିଲି କାହିଁକି ପୋଷ୍ଟର ପିନ୍ଧିକି ଚିରି ଫିଙ୍ଗୁଛ । ସେ ଶୁଣିଲେନି ବୋଲି ମୁଁ ଟାଣି ଦେଲି । ଆମେ ହାତ ଯୋଡି ନିବେଦନ କଲୁ ବିରୋଧୀଙ୍କୁ ନିଜ ଆସନକୁ ଯିବା ପାଇଁ । ସେମାନେ ଶୁଣିଲେ ନାହିଁ ବୋଲି ଅଶୋକ ମହାନ୍ତି କହିଛନ୍ତି ।

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟତ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । 

ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଥିଲେ । 

You Can Read:

ଅନେକ ବରିଷ୍ଠ ବିଧାୟକଙ୍କ ଆଚରଣ-ଉଚ୍ଚାରଣ ଠିକ୍ ନାହିଁ, ସେମାନଙ୍କଠୁ ନୂଆ ବିଧାୟକ କ’ଣ ଶିଖିବେ ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.