ଭୁବନେଶ୍ବର ୨୯।୮: ରାଜଧାନୀରେ ଚାଲିଥିଲା ବଡ ଧରଣର ଗୁଣି ଗାରେଡ଼ି । ଘର ଭିତରେ ଚାରି ଆଡେ ଗାତ ଖୋଳି ଚାଲିଥିଲା ତନ୍ତ୍ର ସାଧନା । ଘର ମାଲିକ ନିଜ ସାଙ୍ଗର ଜଣେ ବନ୍ଧୁଙ୍କୁ ସେହି ଘରେ ରହିବାକୁ ଦେଇଥିଲେ । ପରବର୍ତ୍ତୀ ସମୟରେ ଘର ମାଲିକ ସେହି ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ସେ ଘର ଚେକ୍ କରିବା ସମୟରେ ଘର ଭିତରେ ଗୁଣି ଗାରେଡ଼ି ଓ ତନ୍ତ୍ର ପୂଜା ହେଉଥିବା ଦେଖିବାକୁ ପାଇଥିଲେ । ଚର୍ଚ୍ଚିଲ କାନୁନଗୋ ନାମକ ବ୍ୟକ୍ତି ଏହି ତନ୍ତ୍ର ପାଠ କରୁଥିବା ନେଇ ଅଭିଯୋଗ ଆଣିଥିଲେ ଘର ମାଲିକ । ଅଫିସ୍ କରିବେ ବୋଲି କହି ତନ୍ତ୍ର ସାଧନା କରୁଥିଲେ । ଅନେକ ଝିଅ ଓ ମହିଳା ମାନେ ଏହି ସ୍ଥାନକୁ ଆସୁଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଚର୍ଚ୍ଚିଲକୁ ଏ ନେଇ ପଚାରିବାରୁ ସେ ତାଙ୍କ ସାଧନାରେ ଅସୁବିଧା ସୃଷ୍ଟି କଲେ ତନ୍ତ୍ର ଜରିଆରେ ଭସ୍ମ କରିଦେବାର ଭୟ ମଧ୍ୟ ଦେଖାଇଥିଲେ । ଭୟରେ ଆଉ କିଛି କରି ନଥିଲେ ଘର ମାଲିକ ।
You Can Read:
ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ