ବୋକାରୋରେ ବଡ ଧରଣର ଏନ୍‌କାଉଣ୍ଟର, ସୁରକ୍ଷାବାହିନୀଙ୍କ ଗୁଳିରେ ୮ ମାଓବାଦୀ ନିପାତ

Published By : Prameya-News7 Bureau | April 21, 2025 IST

ଝାଡଖଣ୍ଡ ୨୧/୦୪: ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାର ଲୁଗୁ ପାହାଡ଼ରେ ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ବଡ ଧରଣର ଏନକାଉଣ୍ଟର । ସୁରକ୍ଷା ବାହିନୀ ଗୁଳିରେ ଟଳିଛନ୍ତି  ୮ ହାର୍ଡକୋର ନକ୍ସଲ । ୮ ମାଓବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଛନ୍ତି ସୁରକ୍ଷା ବାହିନୀ । ମୃତ ନକ୍ସଲଙ୍କ ମଧ୍ୟରେ ବିବେକ ସ୍କ୍ୱାଡ୍ ସାମିଲ୍ ଅଛି । ଯାହାଙ୍କ ନାଁରେ ଥିଲା ୧ କୋଟିର ପୁରସ୍କାର ରାଶି । ସେପଟେ ଘଟଣାସ୍ଥଳରୁ ଗୋଟିଏ INSAS ରାଇଫଲ୍, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ୍ ଓ ବିସ୍ଫୋରକ ସାମଗ୍ରୀ ବି ଜବତ କରାଯାଇଛି । 

ସୂଚନା ଥାଉକି, କୁହାଯାଉଛି ଯେ ଇନାମୀ ନକ୍ସଲ ବିବେକ ସ୍କ୍ୱାଡ୍ ସହିତ ପୋଲିସର ଏନକାଉଣ୍ଟର ହୋଇଥିଲା । ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏବେ ବି ରହି ରହି ଗୁଳି ବିନିମୟ ଜାରି ରହିଛି। ସୋମବାର ସକାଳେ ବୋକାରୋର ଲାଲପାଣି ଥାନା ଅଞ୍ଚଳ ଅନ୍ତର୍ଗତ ମୁଣ୍ଡା ଟୋଲି ଓ ସୋସୋ ନିକଟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ତେବେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ମୃତ ନକ୍ସଲଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.