ନୂଆଦିଲ୍ଲୀ ୦୮।୦୮ : ଅନେକ ଅଭିନେତା ହେବାର ସ୍ୱପ୍ନ ନେଇ ମୁମ୍ବାଇକୁ ଆସନ୍ତି । କେହି କେହି ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୁଅନ୍ତି ତ ଆଉ କିଛି ନିଜର ଭଙ୍ଗା ହୃଦୟ ସହିତ ଫେରିଯାଆନ୍ତି ନିଜ ଦୁନିଆକୁ । ଆଲିଆ ଭଟ୍ଟଙ୍କ ସହ ଡାର୍ଲିଂରେ ଦେଖାଯାଇଥିବା ବିଜୟ ବର୍ମା ମଧ୍ୟ ଦେଖିଥିଲେ ସମାନ ସ୍ୱପ୍ନ । ଯଦିଓ ବିଜୟ ତାଙ୍କ ପିତାଙ୍କ ବିରୁଦ୍ଧରେ ଯାଇ ଅଭିନେତା ହୋଇଥିଲେ, କିନ୍ତୁ ସଫଳତା ପରେ ପରିବାର ତରଫରୁ ମିଳିଥିଲା ସମର୍ଥନ ।
{"id":827858,"width":842,"height":1053,"sizeSlug":"full","linkDestination":"none"}'ଡାର୍ଲିଙ୍ଗ୍' ଏବଂ 'ଗୁଲି ବଏ' ଭଳି ବ୍ଲକବଷ୍ଟର ଫିଲ୍ମରେ ପ୍ରଶଂସକଙ୍କ ହୃଦୟ ଜିତିଥିବା ବିଜୟ ବର୍ମାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକ ନାହିଁ । ୨୦୦୮ରେ ଅଭିନୟରେ ଆରମ୍ଭ କରିଥିଲେ କ୍ୟାରିଅର୍ । ପ୍ରଥମେ ଛୋଟ ଫିଲ୍ମ ଏବଂ ମ୍ୟୁଜିକ୍ ଭିଡିଓରେ କାମ କରିଥିଲେ । ଆକ୍ଟିଙ୍ଗ୍ର କିଙ୍ଗ୍ ହେବା ପରେ ବି ତାଙ୍କୁ ୧୦ ବର୍ଷ କରିବାକୁ ପଡିଛି କଠିନ ପରିଶ୍ରମ । ଏହାପରେ ହିଁ ଯାଇ ମିଳିଥିଲା ପରିଚୟ ।
{"id":827859,"width":838,"height":1048,"sizeSlug":"full","linkDestination":"none"}୨୦୧୩ରେ ଆସିଥିବା ଫିଲ୍ମ 'ମନସୁନ୍ ସୁଟ୍ଆଉଟ୍'ରେ ବିଜୟ ବର୍ମା ସମସ୍ତଙ୍କ ହୃଦୟ ଜିତିଥିଲେ । ଏହାବ୍ୟତୀତ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ପିଙ୍କ୍ରେ ବିଜୟଙ୍କ ଚରିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ 'ଗୁଲି ବଏ'ରୁ ହିଁ ପାଇଥିଲେ ଖ୍ୟାତି । ଫିଲ୍ମରେ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର । ବିଜୟ ଆଜିକା ସମୟରେ ଇଣ୍ଡଷ୍ଟ୍ରିର ଜଣେ ଉଜ୍ଜଳ ତାରକା । କିନ୍ତୁ ବିଜୟଙ୍କୁ ଏହି ସ୍ଥାନରେ ପହଞ୍ଚିବା ପାଇଁ କରିବାକୁ ପଡିଛି ବହୁତ ସଂଘର୍ଷ । ଆକ୍ଟିଙ୍ଗ୍ କରିବା ପୂର୍ବରୁ ସେ କଲ ସେଣ୍ଟରରେ ମଧ୍ୟ କାମ କରିଥିଲେ ।
{"id":827860,"width":839,"height":1049,"sizeSlug":"full","linkDestination":"none"}କିନ୍ତୁ ତାଙ୍କ ଭାଗ୍ୟରେ ଲେଖାହୋଇଥିଲା ଅଭିନେତା ହେବା । ସେଥିପାଇଁ ସେ ଚାକିରି ଛାଡି ଆଗେଇଥିଲେ ଆକ୍ଟିଙ୍ଗ୍ ରାସ୍ତାରେ । ଏମିତିକି ଆକ୍ଟିଙ୍ଗ୍ ପାଇଁ ପରିବାର ବିରୁଦ୍ଧରେ ଯାଇଛନ୍ତି ବିଜୟ । ଯେତେବେଳେ ସେ ଆକ୍ଟିଙ୍ଗ୍ କ୍ୟାରିୟର ବାଛିଥିଲେ , ସେତେବେଳେ ତାଙ୍କୁ ମିଳିନଥିଲା ପରିବାରର ସମର୍ଥନ । କୌଣସି ପ୍ରକାରରେ ମାଙ୍କୁ ବୁଝେଇଥିଲେ, କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ ବାପା ।
{"id":827861,"width":838,"height":608,"sizeSlug":"full","linkDestination":"none"}ବିଜୟଙ୍କ ବାପା ଜଣେ ବ୍ୟବସାୟୀ । ତେଣୁ ବାପା ଚାହୁଁଥିଲେ ତାଙ୍କ ପୁଅ ମଧ୍ୟ ବ୍ୟବସାୟ କରୁ । କିନ୍ତୁ ବିଜୟଙ୍କ ପ୍ଲାନିଂ ଥିଲା ଅଲଗା । ଆଉ ସ୍ବପ୍ନ ସାକାର କରିବାକୁ ବାହାରିପଡିଥିଲେ ବିଜୟ । ପ୍ରଥମେ ଥିଏଟରରେ ଯୋଗ ଦେଇଥିଲେ। ସେଠାରେ ତାଙ୍କ ଆକ୍ଟିଙ୍ଗ୍ ଖୁବ୍ ପ୍ରଶଂସା ସାଉଁଟିଥିଲା । ଏହା ପରେ ଦିନେ FTIIର ଏକ ବିଜ୍ଞାପନରେ ଆବେଦନ କରିଥିଲେ ବିଜୟ । ଆଉ ଏଥିପାଇଁ ତାଙ୍କୁ ୨ ବର୍ଷ ଘରୁ ବାହାରକୁ ଯିବାକୁ ଥିଲା । କିନ୍ତୁ ବିଜୟ ଏକଥା ନିଜ ବାପାଙ୍କୁ କହିପାରିନଥିଲେ । ଶେଷରେ ସାହାସ କରି ଫୋନ୍ରେ ଜଣାଇଥିଲେ । ସେ ପୁଣି ବାପା ଯେତେବେଳେ ଏକ ବିଜନେସ୍ ଟ୍ରିପ୍ ପାଇଁ ବାହାରକୁ ଯାଇଥିଲେ ।
{"id":827862,"sizeSlug":"full","linkDestination":"none"}ବିଜୟ ଏକ ସାକ୍ଷାତକାରରେ କହିଛନ୍ତି କି ବାପାଙ୍କୁ ଯେତେବେଳେ କହିଥିଲେ ବାପା ତାଙ୍କୁ କହିଥିଲେ କି ‘ମୁଁ ଯିବା ପୂର୍ବରୁ ଘରୁ ଚାଲିଯାଇଥିବୁ’ । ସେତେବେଳେ ପରିବାର ଲୋକଙ୍କ ବିରୁଦ୍ଧରେ ଯାଇ ଆକ୍ଟିଙ୍ଗ୍ କ୍ୟାରିଅର୍ ବାଛିଥିବାରୁ ବହୁତ ଦୁଃଖ ହୋଇଥିଲା ବିଜୟଙ୍କୁ । କିନ୍ତୁ ଆଜି ତାଙ୍କ ସଫଳତା ପାଇଁ ଗର୍ବିତ ପୂରା ପରିବାର ।
{"id":827863,"width":840,"height":664,"sizeSlug":"full","linkDestination":"none"}କହିରଖୁଛୁ କି ବିଜୟ ବର୍ମା ତାଙ୍କ ଗର୍ଲଫ୍ରେଣ୍ଡ ତମନ୍ନା ଭାଟିଆଙ୍କ ସହ 'ଲଷ୍ଟ ଷ୍ଟୋରୀ-୨'ରେ ନଜର ଆସିଥିଲେ। ଏହି ଫିଲ୍ମ ୨୯ ଜୁନ୍ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ସୁଟିଂ ସମୟରେ ଉଭୟ ଡେଟିଂ ଆରମ୍ଭ କରିଥିଲେ।
You Can Read:
wp:embed {"url":"https://www.prameyanews7.com/chennai-bengaluru-offices-announce-leave-on-rajinikanths-jailer-release-day-provide-tickets-to-employees/","type":"wp-embed","providerNameSlug":"prameya-news-7"} /wp:embed