ଭିସ୍ତାରା ବିମାନରେ ବୋମା ଆତଙ୍କ, ମୁମ୍ବାଇ ଏୟାରପୋର୍ଟରେ କଲା ଜରୁରୀ ଅବତରଣ

Published By : Prameya-News7 Bureau | June 28, 2024 IST

MINT

ନୂଆଦିଲ୍ଲୀ: କେରଳର ତିରୁବନନ୍ତପୁରମରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ। ଏହା ପରେ ମୁମ୍ବାଇ ବିମାନବନ୍ଦରରେ ଭିସ୍ତାରା ଏୟାରଲାଇନ୍ସର UK-552 ବିମାନର ଜରୁରୀ ଅବତରଣ କରାଯାଇଛି। ବିମାନକୁ ଅଲଗା ଅଲଗା ସ୍ଥାନକୁ ନିଆଯାଇଛି। ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ଏଜେନ୍ସିମାନେ ବିମାନ ଯାଞ୍ଚ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ତିରୁବନନ୍ତପୁରମରୁ ମୁମ୍ବାଇ ଅଭିମୁଖେ ଏକ ଭିସ୍ତାରା ବିମାନରେ ବୋମା ଧମକ ମିଳିଥିଲା। ଏହି ପ୍ରୋଟୋକଲ୍ ପରେ ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଡେବ୍ୟୁ କରାଯାଇଥିଲା। ଭିସ୍ତାରା ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି।

ସୁରକ୍ଷା ଯାଞ୍ଚ ପାଇଁ ଆମେ ସୁରକ୍ଷା ଏଜେନ୍ସି ସହ ସକ୍ରିୟ ଭାବେ ସହଯୋଗ କରୁଛୁ ବୋଲି ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରିଛି। ଆମର ଗ୍ରାହକ, କ୍ରିଉ ମେମ୍ବର ଏବଂ ବିମାନର ସୁରକ୍ଷା ନିଶ୍ଚିତ କରିବା ଆମର ପ୍ରାଥମିକତା କହିଛି।

ମୁମ୍ବାଇର ସାହାରା ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଜଣେ କ୍ରିଉ ମେମ୍ବର ଏକ ନୋଟ୍ ପାଇଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ ବିମାନରେ ବୋମା ଅଛି। ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ଅଧିକାରୀମାନେ ଯାତ୍ରୀମାନଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ପରେ ସେମାନଙ୍କ ସାମଗ୍ରୀ ଖୋଜିବା ଆରମ୍ଭ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ସନ୍ଦେହଜନକ କିଛି ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.