ଦୋକାନ ମାଲିକ ସହ ସ୍ତ୍ରୀର ଅନୈତିକ ସଂପର୍କ ସନ୍ଦେହ, ବୋମା ଫିଙ୍ଗି ଫେରାର ସ୍ବାମୀ

Published By : Prameya-News7 Bureau | February 08, 2025 IST

ନୟାଗଡ ୮/୨: ସ୍ବାମୀର ଅଜବ କାଣ୍ଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ କାମ କରୁଥିବା ଦୋକାନ ମାଲିକଙ୍କ ଉପରେ ବୋମା ଫିଙ୍ଗିଲା । ଦୋକାନ ମାଲିକ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ନୟାଗଡ ଜିଲ୍ଲା ରାଜସୁନାଖଳି ଫାଣ୍ଡି କୁମ୍ଭାରୀ ଛକରେ ଘଟଣାକୁ ନେଇ ଚର୍ଚ୍ଚା, ଆଲୋଚନା ଜୋର୍‌ । 

ଦୋକାନ ମାଲିକ ସନ୍ତୋଷଙ୍କ ବର୍ଷା ଆଇସ ପାର୍ଲରେ ବୋଲଗଡ ଥାନା ଅ଼ଞ୍ଚଳର ବିକାଶଙ୍କ ସ୍ତ୍ରୀ କାମ କରନ୍ତି । ତେବେ ବିକାଶ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା । ଛାଡପତ୍ର ପାଇଁ ଆବେଦନ ହୋଇଥିବା ଜଣାପଡିଛି ।  ସ୍ତ୍ରୀଙ୍କ ସହ ଦୋକାନ ମାଲିକ ସନ୍ତୋଷଙ୍କ ଅନୈତିକ ସଂପର୍କ ଥିବା ନେଇ ସବୁବେଳେ ସନ୍ଦେହ କରୁଥିଲେ ବିକାଶ । 

ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ ସମୟରେ ସନ୍ତୋଷ ଦୋକାନ ବନ୍ଦ କରି ଯାଉଥିବାବେଳେ ବିକାଶ ହଠାତ ତାଙ୍କ ଉପରକୁ ବୋମା ଫୋପାଡି ପଳାଇଯାଇଥିଲେ । ବୋମା ଯାଇ ସନ୍ତୋଷଙ୍କ ୨ ଗୋଡରେ ବାଜିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ବୋମା ଫିଙ୍ଗିଥିବା ବିକାଶ ଫେରାର ହୋଇଯାଇଛି । ପୋଲିସ ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରୁଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.