ନୂଆଦିଲ୍ଲୀ: ପୂର୍ବତନ ବକ୍ସର ଓ କଂଗ୍ରେସ ନେତା ବିଜେନ୍ଦ୍ର ସିଂହ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ କଂଗ୍ରେସ ଟିକେଟ୍ରେ ଦକ୍ଷିଣ ଦିଲ୍ଲୀ ଆସନରୁ ୨୦୧୯ ଲୋକସଭା ଆସନ ଲଢ଼ିଥିଲେ। କଂଗ୍ରେସ୍ରେ ତାଙ୍କୁ ସଫଳତା ନମଳିବାରୁ ସେ ବିଜେପିରେ ଯୋଗ ଦେଇଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ କାଳେ ତାଙ୍କୁ ଟିକେଟ୍ ମିଳିଯିବ ସେହି ଆଶା ମଧ୍ୟ ରହିଛି।
ପଢ଼ନ୍ତୁ-ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ବିରୋଧରେ ପ୍ରାର୍ଥୀ ବଦଳାଇଲା ସପା, ଏହି ନେତାଙ୍କୁ ଦେଲା ଟିକେଟ୍
ଏଥିପାଇଁ ସେ ବୁଧବାର ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ତେବେ ଏଥର ନିର୍ବାଚନରେ କଂଗ୍ରେସ ବିଜେନ୍ଦ୍ରଙ୍କୁ ହେମାମାଳିନୀଙ୍କ ବିପକ୍ଷରେ ମଥୁରାରୁ ଟିକେଟ୍ ଦେଇଥାନ୍ତା ବୋଲି ଆଲୋଚନା ହେଉଥିଲା। ହେଲେ ତା ପୂର୍ବୁ ବିଜେନ୍ଦ୍ର ଦଳ ଛାଡ଼ି ଦେଲେ।
ବିଜେନ୍ଦ୍ର ଜାଟ୍ ସମ୍ପ୍ରଦାୟର ହୋଇଥିବାରୁ ହରିଆଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଏହି ସମ୍ପ୍ରଦାୟର ପ୍ରଭାବ ରହିଛି। ତେଣୁ ବିଜେପି ଏହାକୁ ପାଥେୟ କରି ଭୋଟ୍ ହାତେଇପାରେ ବୋଲି କୁହାଯାଉଛି।
ତେବେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ରାହୁଲ ଗନ୍ଧୀ ଯେଉଁ ଟ୍ୱିଟ୍ କରିଥିଲେ ଏହାକୁ ରିଟ୍ୱିଟ୍ କରିଥିଲେ ବିଜେନ୍ଦ୍ର। ଯେଉଁଥିରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ। ହେଲେ ଆଜି ରାହୁଲ ବିଜେପିରେ ଯୋଗ ଦେବା ପରେ ସେ ରିଟ୍ୱିଟ୍କୁ ଡିଲିଟ୍ କରିଦେଇଛନ୍ତି। ତେବେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ରେ ଏବେ ବି ମୋଦୀ ଓ ବିଜେପି ବିରୋଧ ମଧ୍ୟ କିଛି ଟ୍ୱିଟ୍ ରହିଛି।