ଜୟପୁର: କୁକୁଡ଼ା ପାଇଁ ଭାଇକୁ ମାରିଥିଲା ଭାଇ। ମିଳିଲା ଆଜୀବନ କାରାଦଣ୍ଡ ।୮ ବର୍ଷ ପରେ ଦଣ୍ଡାଦେଶ ଶୁଣାଇଛନ୍ତି ଜୟପୁର ଜିଲ୍ଲା ଦୌରାଜଜ କୋର୍ଟ। ଏହା ସହ ଦୋଷୀ ବୁଦୁ ହରିଜନକୁ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ।
ଅଭିଯୋଗ ଅନୁସାରେ, ଜୟପୁର ସଦର ଥାନା ଅନ୍ତର୍ଗତ ଧନପୁର ଗାଁରେ ୨୦୧୭ ଜାନୁଆରୀ ୨୧ରେ ଏକ ଅଭାବନୀୟ ଘଟଣା ଘଟିଥିଲା। କୁକୁଡ଼ା ପାଇଁ ସମ୍ପର୍କୀୟ ଭାଇ ବୁଦୁ ହରିଜନ ଓ ଚିଙ୍ଗୁଡୁ ହରିଜନ ମଧ୍ୟରେ ବିବାଦ ଦେଖାଦେଇଥିଲା। ପ୍ରକୃତରେ ଚିଙ୍ଗୁଡୁ ହରିଜନ କୁକୁଡ଼ା ଲଢ଼େଇ ପାଇଁ ବୁଦୁଙ୍କୁ ଠାରୁ ନିର୍ଦ୍ଦିଷ୍ଟ ଏକ କୁକୁଡ଼ା କିଣିବାକୁ ଚାହୁଥିଲା।
ହେଲେ ବୁଦୁ ସେହି କୁକୁଡ଼ାଟିକୁ ଚିଙ୍ଗୁଡୁକୁ ନଦେଇ ଅନ୍ୟ ଲୋକଙ୍କୁ ବିକ୍ରି କରିଦେଇଥିଲା। ଆଉ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଏଥିରେ ଉତକ୍ଷିପ୍ତ ହୋଇ ବୁଦୁ, ଏକ ଧାରୁଆ ଛୁରୀରେ ଚିଙ୍ଗୁଡୁର ଛାତିକୁ ଭୁଶି ଦେଇଥିଲା। ଏଥିରେ ଚିଙ୍ଗୁଡୁ ହରିଜନର ମୃତ୍ୟୁ ହୋଇଥିଲା। ତେବେ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।