ମାଲକାନଗିରି୧୧/୨: ଟାଟା ପାୱାର କଂପାନୀଠୁ କରେଣ୍ଟ ନେଲେ । ୪ ମାସ ହେଲାଣି ଦେଉନାହାନ୍ତି ବିଲ୍ । ମାଗିବାରୁ ଓଲଟି ପିଟିବା ସହ କାତିରେ ହାଣିବାକୁ ଧମକ । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ପିଭି ୪୨ ଗାଁରେ ଟାଟା ପାୱାର ଉପଭୋକ୍ତାଙ୍କ ଦାଦାଗିରି । ସ୍ଥାନୀୟ ଅ଼ଞ୍ଚଳର ପ୍ରକାଶ ବିଶ୍ବାସ ଚାଷ ଜମିରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ବିଦ୍ୟୁତ ସଂଯୋଗ ନେଇଛନ୍ତି । କିନ୍ତୁ ୪ ମାସ ହେଲାଣି ବିଦ୍ୟୁତ ବିଲ୍ ପୈଠ କରୁନାହାନ୍ତି । ଏନେକ ଥର କହିବା ପରେ ମଧ୍ୟ କୌଣସି ଉତ୍ତର ଦେଉନାହାନ୍ତି ପ୍ରକାଶନ ।
ଟଙ୍କା ଆଦାୟ ପାଇଁ ମଙ୍ଗଳବାର ଟାଟା ପାୱାର କଂପାନୀର କର୍ମଚାରୀ ମାନେ ପ୍ରକାଶନଙ୍କ ଘରକୁ ଯାଇ ଟଙ୍କା ମାଗିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରକାଶ କର୍ମଚାରୀଙ୍କୁ ମାରିବା ସହ କାତି ନେଇ ମାରିବାକୁ ଯାଉଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ପ୍ରକାଶନଙ୍କୁ ଅଟାଇବାରୁ ବଡ ଅଘଟଣ ଟଳିଯାଇଥିଲା । ସେଠାରୁ ଯାଇ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଟାଟା ପାୱାର କଂପାନୀର କର୍ମଚାରୀ । ସେପଟେ ଏପରି କାଣ୍ଡ କରି ଘଟଣାସ୍ଥଳରୁ ଚଂପଟ ମାରିଛି ପ୍ରକାଶ । ଅଭିଯୋଗ ଆଧାରରେ ପୋଲିସ ପ୍ରକାଶଙ୍କୁ ଖୋଜୁଛି ।