ଦିପାବଳୀ ଦିନ BSE ଓ NSEରେ ମାତ୍ର ଘଣ୍ଟାକ ଲାଗି ହେବ ‘ମୁହୂର୍ତ୍ତ କାରବାର’

Published By : Prameya-News7 Bureau | October 27, 2023 IST

ମୁମ୍ବାଇ ୨୭।୧୦: ଦେଶର ପ୍ରମୁଖ ସେୟାର ବଜାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ  (ବିଏସଇ) ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନଏସଇ) ୧୨ ନଭେମ୍ବର ଦିପାବଳୀ ଦିନ ଘଣ୍ଟିକିଆ ବିଶେଷ ‘ମୁହୂର୍ତ୍ତ କାରବାର’ ଆୟୋଜନ କରିବେ। ସେୟାର ବଜାର ଅଧିକାରୀକ ବୟାନରେ ଏହି ସାଂକେତିକ ବ୍ୟାପାର ଅଧିବେଶନ ସନ୍ଧ୍ୟା ୬ଟାରୁ ରାତ୍ର ୭ଟା ୧୫ ମିନିଟ୍‌ ମଧ୍ୟରେ ଆୟୋଜିତ ହେବ ବୋଲି କହିଛନ୍ତି। ଏହି ମୁହୂର୍ତ୍ତ କାରବାର ଏକ ନୂଆ ସମ୍ବତ ପ୍ରାରମ୍ଭର ମଧ୍ୟ ପ୍ରତୀକ ହେବ।

{"id":862302,"sizeSlug":"full","linkDestination":"none"}

କୁହାଯାଏ ‘ମୁହୂର୍ତ୍ତ’ ବା ଶୁଭ ସମୟର କାରବାର ହିତାଧିକାରୀଙ୍କ ନିମନ୍ତେ ସମୃଦ୍ଧି ଆଣିଥାଏ। ହିନ୍ଦୁ ବ୍ୟବସାୟୀକ କ୍ୟାଲେଣ୍ଡର ବର୍ଷ ଦିପାବଳୀରୁ ଆରମ୍ଭ ହୋଇଥାଏ, ଯାହାକୁ ସମ୍ବତ କୁହାଯାଏ। ବଜାର ବିଶ୍ଲେଷକଙ୍କ କହିବା କଥା ହେଉଛି କୌଣସି ଶୁଭ କାମ ଆରମ୍ଭ କରିବା ପାଇଁ ଦିପାବଳୀ ଏକ ଶୁଭ ସମୟ। କୁହାଯାଏ ମୂହୂର୍ତ୍ତ କାରବାରରେ ନିବେଶ ବର୍ଷ ତମାମ ନିବେଶକଙ୍କୁ ଲାଭ ଦେଇଥାଏ। ତେବେ ସେୟାର ବଜାର ୧୪ ନଭେମ୍ବର ବଳି ପ୍ରତିପଦା ଲାଗି ବନ୍ଦ ରହିବ।

ସରକାରୀ ୱେବ୍‌ସାଇଟ୍‌ର ଧମାଲ, Flipkart-Amazon ଠୁ ବି ଶସ୍ତାରେ ମିଳୁଛି ସାମାନ     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.