ଭୁବନେଶ୍ଵର: ଆସନ୍ତାକାଲି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିବାକୁ ଥିବା ବଜେଟକୁ ନେଇ ସାଧାରଣ ଲୋକଙ୍କ ଭିତରେ ବଢ଼ିଛି ଉତ୍କଣ୍ଠା । ମଧ୍ୟବିତ ବର୍ଗ ଇନକମ ଟ୍ୟାକ୍ସ ଲିମିଟ୍ ବଢ଼ିବା ନେଇ ଆଶା ରଖିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଜିଏସଟି କୋହଳ ପାଇ ଅପେକ୍ଷା ରହିଛି । ଏପଟେ ରାଜ୍ୟବାସୀ ଡବଲ ଇଞ୍ଜିନ ସରକାର ଠାରୁ ଡବଲ ଅନୁଦାନ ଆଶା ରଖିଛନ୍ତି ।
ବଜେଟକୁ ନେଇ ସାଧାରଣରେ ବଢ଼ୁଛି ଉତ୍କଣ୍ଠା । ଲଗାତର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା । ଏହି ବଜେଟକୁ ନେଇ ଲୋକଙ୍କ ଅନେକ ଆଶା ରହିଛି। ସବୁ ରାଜ୍ୟର ନଜର କେନ୍ଦ୍ର ସରକାରଙ୍କ ଏହି ବଜେଟ୍ ଉପରେ ରହିଛି । ସେହିଭଳି ଓଡିଶାବାସୀ ମଧ୍ୟ ବଜେଟକୁ ନେଇ ଅନେକ ଆଶା ରଖିଛନ୍ତି । ପ୍ରତିବର୍ଷ ବନ୍ୟା-ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି ଓଡିଶା। ଯେହେତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଅଛି ସେଥିପାଇଁ ଅଧିକ ଅନୁଦାନ ଆସିବ ବୋଲି ରାଜ୍ୟବାସୀ ଆଶା ବାନ୍ଧିଛନ୍ତି।
୨୦୩୬ ସୁଦ୍ଧା ବିକଶିତ ଓଡିଶା ବା ସମୃଦ୍ଧ ଓଡିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ନିକଟରେ ଉତ୍କର୍ଷ ଓଡିଶା ଶେଷ ଶିଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିଭୂମିର ଆବଶ୍ୟକ ରହିଛି। ସେଥିପାଇଁ ଅଧିକ ଅନୁଦାନ ଆବଶ୍ୟକ ରହିଛି। ଉଭୟ ରୋଡ, ରେଲଓ୍ବେ ବିମାନ ସେବା କ୍ଷେତ୍ରରେ ଅଧିକ ଅନୁଦାନ ଦେବାର ଅବାଶ୍ୟକତା ରହିଛି। ସ୍ବତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଅନ୍ତୁ ନଚେତ ଓଡିଶା ପାଇଁ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରନ୍ତୁ ସରକାର । ଏହା ସହିତ ଅନେକ ଯୋଜନାରେ ଅର୍ଥ କାଟ କରିଛନ୍ତି କେନ୍ଦ୍ର ସରକାର । ଯେଉଁ ଯୋଜନା ଗୁଡିକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରହିଛି ସେହି ଯୋଜନା ଗୁଡିକରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଅର୍ଥ ପ୍ରଦାନ କରିଛନ୍ତି ।
ଏପଟେ ଦିନକୁ ଦିନ ଦରବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଲୋକେ ଇନକମ ଟ୍ୟାକ୍ସ ଏବଂ ଜିଏସଟି ଭିତରେ ପେସି ହୋଇଗେଲଣି । ବିଶେଷ ଭାବେ ମଧ୍ୟବିତ୍ତ ପରିବାର ଇନକମ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ପାଇଁ ଅଶା ବାନ୍ଧିଛନ୍ତି । କେନ୍ଦ୍ର ସରକାର ନୂଆ ପୁରୁଣା ଇନକମ ଟ୍ୟାକ୍ସ ପଦ୍ଧତିକୁ ବନ୍ଦ କରି ନୂଆ ପଦ୍ଧତି ଲାଗୁ କରିବାକୁ ଯାଉଛନ୍ତି । ସେଥିପାଇଁ ନୂଆ ଇନକମ ଟ୍ୟାକ୍ସ ପଦ୍ଧତିରେ ଇନକମ୍ ଟ୍ୟାକ୍ସ ସ୍ଲାବକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ ଅଶା ରଖିଛନ୍ତି ମଧ୍ୟବିତ୍ତ ବର୍ଗ ।ଏହା ସହିତ ମଧ୍ୟବିତଙ୍କ ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡଯୋଜନା ଘୋଷଣା କରିପାରନ୍ତି ସରକାର। ଆୟୁଷ୍ମାନ ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଘୋଷଣା କରିପାରନ୍ତି ସରକାର।
Also read: ଜାଣନ୍ତୁ ‘ଇକୋନମିକ ସର୍ଭେ ରିପୋର୍ଟ-୨୦୨୫’ରେ କ’ଣ କରାଯାଇଛି ଆକଳନ, କିପରି ରହିବ ସେୟାର ବଜାର ପରିସ୍ଥିତି?
ଶିକ୍ଷା ଲୋନ କ୍ଷେତ୍ରରେ ବଡ ଘୋଷଣା କରିପାରନ୍ତି। ଷ୍ଟକ ମାର୍କେଟ କ୍ଷେତ୍ରରେ ମଧ୍ୟ କିଛି ଟ୍ୟାକ୍ସ ରିହାତି ଦେଇପାରନ୍ତି କେନ୍ଦ୍ର ସରକାର॥ କ୍ୟାପିଟାଲ ଗେନ ଟ୍ୟାକ୍ସ କମାଇବା ଉପରେ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର। ଏହା ସହିତ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ଏମଏସଏମଇ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବେ। ଗାଁ ଲୋକଙ୍କ ହାତକୁ ଅଧିକ କାମ ଦେବା ପାଇଁ ପଦକ୍ଷେପ ନେଇପାରନ୍ତି ସରକାର।
ଏହା ସହିତ ବିଭିନ୍ନ କୃଷି ଉତ୍ପାଦ ଉପରୁ ଜିଏସଟି ଉଠାଇପାରନ୍ତି । ଏହି ଭଳି ଭାବେ ବଜେଟକୁ ଅନେକ ଆଶା ବାନ୍ଧିଛନ୍ତି ଲୋକେ । ଷ୍ଟକ ମାର୍କେଟ କ୍ଷେତ୍ରରେ ମଧ୍ୟ କିଛି ଟ୍ୟାକ୍ସ ରିହାତି କରିପାରନ୍ତି ସରକାର। ବଜେଟ୍ ଆସିବା ପୁର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇକୋନୋମି ସର୍ଭେ ଉପସ୍ଥାପନ କରିଛନ୍ତିୀ। ଯେଉଁଥିରେ ଦେଶର ଅଭିବୃଦ୍ଧି ହାର ୬.୩ରୁ ୬.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।