ରାଜସ୍ଥାନରୁ ଆସିଛି ଦାମୀ ମଇଁଷି, ୩୬ ଲକ୍ଷର ଭୀମ ଜନ୍ମ କଲାଣି ୬ ଲକ୍ଷ ଛୁଆ

Published By : Prameya-News7 Bureau | February 14, 2025 IST

ଭୁବନେଶ୍ୱର ୧୪/୦୨: ୬ ଲକ୍ଷ ଛୁଆର ବାପା । ଦାମ ୩୬ ଲକ୍ଷ ଟଙ୍କା । ଦିନକୁ ଖାଏ ୭୫ ହଜାର ଟଙ୍କା ର ଖାଦ୍ୟ । ନା ହେଲା ଭୀମ । ବିଗ୍ ବୁଲ ଅଫ ଇଣ୍ଡିଆ ବୋଲି ବି ଏହାକୁ କୁହାଯାଇଥାଏ। ରାଜସ୍ଥାନ ଭୁବନେଶ୍ୱରକୁ ଆଣିଛନ୍ତି ଓଡ଼ିଶା ସରକାର । ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ରେ ସ୍ଵତନ୍ତ୍ର ଷ୍ଟଲ୍ ରେ ସ୍ଥାନ ପାଇଛି । ଲକ୍ଷ୍ୟ ରହିଛି ଏହାର ସିମେନ୍ସ ରୁ ଅଧିକରୁ ଅଧିକ ଛୁଆ ଓଡ଼ିଶାରେ ଜନ୍ମାଇବା। ଭୀମଙ୍କ ଓନର ଜଣେ ଆଇଏଏସ ଅଧିକାରୀ ଙ୍କ ପୁଅ।  


ସୂଚନା ଥାଉକି, ରାଜ୍ୟରେ ଆରମ୍ଭ ହୋଇଛି ମତ୍ସ୍ୟ ଓ ପ୍ରାଣୀ ସମାବେଶ । ତେବେ ସମାବେଶରେ ଭୀମକୁ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼ । ୩୬ କୋଟି ଟଙ୍କାର ମଇଁଷି ଭୀମ ସହ ଫଟୋ, ଭିଡିଓ ଉଠାଇବାକୁ ଲୋକଙ୍କ ଭିଡ଼ । ରାଜସ୍ଥାନ ଜୋଧପୁରରୁ ଆସିଛି ଭୀମ । ରାଜା ଭଳି ସଜେଇ ହୋଇଛି । 

୧୬ ଶହ କେଜି ଓଜନର, ଚିକଣ କଳା ରଙ୍ଗର ଭୀମ ଦେହରେ ପ୍ରତିଦିନ ଲାଗୁଛି ଏକ କେଜି ଭେସଲିନ, ୧ଲିଟର ସୋରିଷ ତେଲ । କାଜୁ ବାଦାମ ଏକ କେଜି ସହ ଦିନକୁ ପ୍ରାୟ ୭୫ ହଜାର ଖାଦ୍ୟ ଖାଉଛି ଭୀମ । ଇଓ ଦ୍ୱାରା ଭୀମରୁ ସିମେନରୁ ଏବେ ସୁଦ୍ଧା ୬ ଲକ୍ଷ୍ ମଇଁଷି ଛୁଆ ଜନ୍ମ ହେଇସାରିଲେଣି । ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ଏଇ ପ୍ରଜାତି ମଇଁଶିର ବେଶ ଚାହିଦା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.