ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ଟଙ୍କା ପାଇଁ ହୋଇଥିଲେ ଅପହରଣ

Published By : Prameya-News7 Bureau | February 27, 2024 IST

ବିନିକା ୨୭।୦୨ :  ଅପହୃତ ବ୍ୟବସାୟୀ ଉଦ୍ଧାର । ସୋନପୁର ଜିଲ୍ଲା ବିନିକାରୁ ଅପହୃତ ବ୍ୟବସାୟୀଙ୍କୁ ସମ୍ବଲପୁର ବୁର୍ଲାରୁ ଉଦ୍ଧାର କରାଯାଇଛି । ମାଡ଼ ମାରିବା ସହ ୮୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା ।

wp:embed {"url":"https://www.prameyanews7.com/murder-case-in-sambalpur-sadar-police-station-area/","type":"wp-embed","providerNameSlug":"prameya-news-7"}
https://www.prameyanews7.com/murder-case-in-sambalpur-sadar-police-station-area/
/wp:embed

ଖବର ଅନୁଯାୟୀ,  ବିନିକା କଲେଜ ଛକ ପାଖରେ ଥିବା ତାଙ୍କର ଦୋକାନ ବନ୍ଦ କରି ଅଶୋକ କୁମାର ଦାନି ସୋମବାର ସନ୍ଧ୍ୟାରେ ଦାନୀପାଲି ସ୍ଥିତ ନିଜ ଘରକୁ ବାଇକ୍‌ରେ ଯାଉଥିଲେ । ସାଙ୍ଗରେ ଦୋକାନର ଜଣେ କର୍ମଚାରୀ  ମଧ୍ୟ ଥିଲେ । ବାଟରେ ଗାଁ ବନ୍ଧ ହିଡ଼ ନିକଟରେ ୫ ଜଣ ଦୁର୍ବୃତ୍ତ ଏକ କାର୍‌ରେ ପହଞ୍ଚି କର୍ମଚାରୀକୁ ବାଇକ୍‌ରୁ  ଠେଲି ଦେଇ ଅଶୋକଙ୍କୁ ଅପହରଣ କରି ନେଇଥିଲେ । ଏ ବିଷୟରେ ଜାଣିପାରି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ ।

ସେପଟେ ବୁର୍ଲା ପୁଲିସ  ବରଗଡ଼-ସମ୍ବଲପୁର ଜାତୀୟ ରାଜପଥର  ଗୋଲଗୁଣ୍ଡା ନିକଟରେ ବ୍ଲକିଂ କରୁଥିଲା। ପୁଲିସ ଚେକିଂର ସୂଚନା ପାଇ ଅପହରଣକାରୀ ଅଶୋକଙ୍କୁ ମାଡ଼ମାରିବା ସହ ତାଙ୍କ ପାଖରେ ଥିବା ୯୦ ହଜାର ଟଙ୍କା ଛଡ଼ାଇ ଏକ ନିଛାଟିଆ ସ୍ଥାନରେ  ଛାଡ଼ି ଚାଲି ଯାଇଥିଲେ । ବୁର୍ଲା ପୁଲିସ ଅଶୋକଙ୍କୁ  ଉଦ୍ଧାର କରିଛି । ରାତିରେ ବିନିକା ଥାନା ପୁଲିସ ବୁର୍ଲା ପହଞ୍ଚିଛି। ଅପହରଣର କାରଣ ଜଣାପଡ଼ିନାହିଁ।

wp:embed {"url":"https://www.prameyanews7.com/chief-minister-will-inaugurate-the-bermuda-terminal-in-march/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chief-minister-will-inaugurate-the-bermuda-terminal-in-march/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.