ପୁଣି ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଭାରତର ଏଡୁଟେକ୍‌ ୟୁନିକର୍ଣ୍ଣ ବାୟଜୁ

Published By : Prameya-News7 Bureau | June 09, 2023 IST

ବେଙ୍ଗାଲୁରୁ ୯।୬: ଭାରତର ଏଡ ଟେକ୍ ୟୁନିକର୍ଣ୍ଣ ବାୟଜୁସ୍‌ ପୁଣି ଏକ ପର୍ଯ୍ୟାୟ ଛଟେଇ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଏବଂ ଖର୍ଚ୍ଚ କାଟ ପାଇଁ କମ୍ପାନୀ ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ। ତେବେ ଏଥର ଛଟେଇରେ ଅନ ଗ୍ରାଉଣ୍ଡ ସେଲସ୍ ଟିମ୍‌ର କଣ୍ଟ୍ରାକ୍ଟ କର୍ମଚାରୀଙ୍କ ସମେତ ରେଣ୍ଡଷ୍ଟେଡ ଓ ଚ୍ୟାନେଲ ପ୍ଲେ ଭଳି ତୃତୀୟ ପକ୍ଷଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ ଛଟେଇ  ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

ପୁଣି ଡାଉନ ହେଲା ଇଂଷ୍ଟାଗ୍ରାମ, ମାସକରେ ୨ ଥର ଆଉଟେଜ୍

ବାୟଜୁ ଦ୍ୱାରା କର୍ମଚାରୀଙ୍କ ଛଟେଇ ଖବର ସେତେବଳେ ସାମ୍ନାକୁ ଆସିଲା ଯେତେବେଳେ କମ୍ପାନୀ ୧.୨ ବିଲିୟନ ଡଲାରର ଅବଧି ଋଣ ବାବଦକୁ ୪୦ ନିୟୁତ ଡଲାରର ତ୍ରୈମାସିକ ସୁଧ ପୈଠ କରିପାରିନଥିଲା। ଗତ ଦେଢ ବର୍ଷ ହେଲା ବାୟଜୁ ସଂକଟ ମଧ୍ୟ ଦେଇ ଗତି କରୁଛି। କମ୍ପାନୀର ଅନଲାଇନ ପାଠପଢା ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଗ୍ରହ ହ୍ରାସ ହୋଇଛି। ସେମାନେ କୋଚିଂର ଅଫଲାଇନ ମୋଡକୁ ପସନ୍ଦ କରୁଥିବା ବେଳେ ବାୟଜୁ ଅନଲାଇନ କୋଚିଂ ଉପଲବ୍ଧ କରିପାରୁଛି।

{"id":800660,"width":841,"height":449,"sizeSlug":"full","linkDestination":"none"}

କମ୍ପାନୀ ଚଳିତବର୍ଷ ପ୍ରାରମ୍ଭରେ ଗତ ଫେବୃଆରୀ ମାସରେ ପାଖାପାଖି ୧୫ଶହ କର୍ମଚାରୀଙ୍କୁ ଛଟେଇ କରିଥିଲା। ଏଥିରେ କମ୍ପାନୀର ଡିଜାଇନ, ଇଞ୍ଜିନିୟରିଂ ଓ ପ୍ରଡକ୍ସନ ଭର୍ଟିକଲର ଭଲ ଭଲ ପଦପଦବୀରେ କାମ କରୁଥିବା ଉଚ୍ଚ ବେତନ ପ୍ରାପ୍ତ କର୍ମଚାରୀ ଛଟେଇ ହୋଇଥିଲେ। ଏହା ପୂର୍ବରୁ ଅକ୍ଟୋବର ୨୦୨୨ରେ କମ୍ପାନୀ ୨ହଜାର ୫ଶହରୁ ଅଧିକ କର୍ମଚାରୀଙ୍କ କଣ୍ଟ୍ରାକ୍ଟ ସମାପ୍ତ କରିଦେଇଥିଲା। ଫଳରେ ଏଡ ଟେକ୍‌ କ୍ଷେତ୍ରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ତେବେ ସେତେବେଳେ ଅନୁଷ୍ଠାନର ସଂସ୍ଥାପକ ତଥା ସିଇଓ ବାୟଜୁ ରବିନ୍ଦ୍ରନ ହଟା ଯାଇଥିବା କର୍ମଚାରୀଙ୍କୁ ପୁଣି କାମରେ ରଖାଯିବ ବୋଲି କହିଥିଲେ। ଏ ନେଇ  ରବିନ୍ଦ୍ରନ କର୍ମଚାରୀଙ୍କୁ ଏକ ଇ-ମେଲ ମଧ୍ୟ କରିଥିଲେ। ଯେଉଁଥିରେ ଏ ନେଇ ପ୍ରଥମରୁ ଏଚଆର ଲିଡରଙ୍କୁ ସବୁ ନୂଆ ସୃଷ୍ଟି ହୋଇଥିବା ପଦପଦବୀରେ ଆପଣମାନଙ୍କୁ ନିରନ୍ତରତା ଆଧାରରେ ନିଯୁକ୍ତି ଉପଲବ୍ଧ କରାନ୍ତୁ ବୋଲି କହିଥିବା ଉଲ୍ଲେଖ କରିଥିଲେ।

{"id":800661,"width":842,"height":467,"sizeSlug":"full","linkDestination":"none"}

ବାୟଜୁ ଉପରେ ଇଡି ଚଢଉ
ତେବେ ଗତ ଏପ୍ରିଲ ମାସରେ କମ୍ପାନୀର ସମସ୍ୟା ଆହୁରି ବଢି ଯାଇଥିଲା, ଯେତେବେଳେ କମ୍ପାନୀର ବିଭିନ୍ନ ଠିକଣା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଚଢଉ ହୋଇଥିଲା। ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା)ର ବ୍ୟବସ୍ଥା ଅନୁଯାୟୀ କମ୍ପାନୀ ସମ୍ପର୍କିତ ଦୁଇଟି ବ୍ୟବସାୟୀକ ପରିସର ଓ ଏହାର ସଂସ୍ଥାପକ ରବିନ୍ଦ୍ରନ ବାୟଜୁଙ୍କ ସମ୍ପର୍କିତ ଏକ ଆବାସୀୟ ସମ୍ପତ୍ତି ଉପରେ ଇଡି ଚଢଉ କରିଥିଲେ। ଇଡିଙ୍କ ଅନୁସାରେ ୨୦୧୧ ରୁ ୨୦୨୩ ମଧ୍ୟରେ ସଂସ୍ଥାକୁ ୩.୪ ବିଲିୟନ ଡଲାର( ପାଖାପାଖି ୨୮ ହଜାର କୋଟି ଟଙ୍କା) ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ମିଳିଥିଲା। ଏ ବାବଦେ ଇଡି ଚଢଉ କରିଥିବା ଜଣାପଡିଛି।

ଅର୍ଥାଭାବରୁୁ ଡାକ୍ତରୀ ପଢାରୁ ବଞ୍ଚିତ ଥିଲେ, ଆଜି ସଫଳ ଉଦ୍ୟୋଗୀ

ପଚରା ଉଚରା କରିଛନ୍ତି ଏନସିପିସିଆର
ଅଭିଭାବକଙ୍କ ବ୍ରେନୱାସ୍‌ କରିବା ଓ ସେମାନଙ୍କ ପିଲାଙ୍କୁ ଅତ୍ୟାଧିକ ମୂଲ୍ୟର ପାଠ୍ୟକ୍ରମ ଲାଗି ସାଇନ ଅପ୍ କରିବା ନିମନ୍ତେ ବାୟଜୁ ଶିକାରୀ ପ୍ରଥାର ଉପଯୋଗ କରୁଥିବା ନେଇ ମଧ୍ୟ ବିବାଦ ଉପୁଜୁଥିଲା। ଏହାକୁ ନେଇ ଗତବର୍ଷ ଦେଶର ଶୀର୍ଷ ଶିଶୁ ଅଧିକାର ସଂସ୍ଥାନ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ(ଏନସିପିସିଆର) ମଧ୍ୟ ପ୍ରସଙ୍ଗରେ ପଚରା ଉଚରା ନିମନ୍ତେ ରବିନ୍ଦ୍ରନଙ୍କୁ ତଲବ କରିଥିଲେ। ସେତେବେଳେ ଏହି ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.