ହଠାତ୍ ଗାଡି ଆଗକୁ ପଶିଗଲା ଷଣ୍ଢ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା

Published By : Prameya-News7 Bureau | August 04, 2024 IST

ପିପିଲି ୦୪।୦୮ : ବେପାରୁଆ କାର୍‌ ଚାଳକ ପାଇଁ ଘଟିଥାନ୍ତି ବଡ଼ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲେ ୬ ଜଣ ଜୀବନ । ଘଟଣାସ୍ଥଳରେ କାର୍‌ ଏବଂ ଓଲା ଗାଡିରେ ଲାଗିଲା ନିଆଁ । କାର୍‌ଟି ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛି ।  

ଖବର ଅନୁଯାୟୀ, ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଏକ ଓଲା ବାଇକ୍‌ ଏବଂ ଏକ ହୋଣ୍ଡା କାର୍‌ ଆସୁଥିଲା । ଦାଣ୍ଡମୁକୁନ୍ଦପୁର ବାହାବଜଡା ଛକ ନିକଟରେ ଏକ ଷଣ୍ଢ ହଠାତ୍‌ ଡାହାଣ ପଟରୁ ବାମ ପଟ ରାସ୍ତା ଉପରକୁ ଚାଲିଆସିଥିଲା । ହୋଣ୍ଡା କାର୍‌ ବାମପଟକୁ କାଟି ଦେଇଥିଲା । ଯାହାଫଳରେ ବାମ ପଟେ ଥିବା ବାଇକ୍‌ରେ ମାଡ଼ ହୋଇଥିଲା । ଆଉ ଦୁଇଟି ଯାକ ଗାଡି ରାସ୍ତା ତଳକୁ ଖସି ପଡିଥିଲା । ଏପିରିକି କାର୍‌ରେ ନିଆଁ ଲାଗି ଯାଇଥିଲା । ଆଉ କାର୍‌ଟି ପୁରା ଜଳିଯାଇଥିଲା । ହେଲେ କାର୍‌ରେ ଥିବା ୪ ଜଣ ଲୋକ ଏବଂ ୩ ମାସ ଛୁଆ ଅଳ୍ପକେ ବର୍ତ୍ତିଯାଇଥିଲେ । ଘଟଣାସ୍ଥଳରେ ପିପିଲି ଅଗ୍ନିଶମ ବାହିନୀ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.