ଭୁବନେଶ୍ବର ୮।୧୨: ଦାମୀ କାର୍ରୁ ପୁଳା ପୁଳା ଟଙ୍କା ଜବତ ଘଟଣାରେ ଚାଲିଛି ସିବିଆଇ ରେଡ୍ । ଭୁବନେଶ୍ବର ରାମ ମନ୍ଦିର ନିକଟରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କୋ. ଲିମିଟେଡ୍ କମ୍ପାନୀରେ ସିବିଆଇ ଚଢାଉ କରୁଛି । କୋଟି କୋଟି ଟଙ୍କାର ଡିଲ୍ ପାଇଁ ୧୨ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଚାଲିଥିଲା ବେଳେ ପୁଳା ପୁଳା ଟଙ୍କା ଜବତ କରିଥିଲା ସିବିଆଇ ।
ସର୍ବ ଭାରତୀୟ ସ୍ତରରେ କମ୍ପାନୀ ଉପରେ ହେଉଛି ରେଡ୍ । ଓଡ଼ିଶାରେ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ଼ କରାଯାଇଛି । ଭୁବନେଶ୍ୱର, କଟକ, ଛତ୍ରପୁରରେ ସିବିଆଇ ପକ୍ଷରୁ ବ୍ୟାପକ ଚଢ଼ାଉ ହେଉଛି । ଆଦିତ୍ୟ ଦେବ ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ଦେବଦତ୍ତ ମହାପାତ୍ରଙ୍କ ଘର ଓ ଅଫିସ ଉପରେ ସିବିଆଇ ପକ୍ଷରୁ ରେଡ଼ କରାଯାଇଛି ।
ଶନିବାର ରାତିରେ ସିବିଆର ଦୁଇଟି ଟିମ୍ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ଏକ ପ୍ରତିଷ୍ଠିତ ହୋଟେଲ ଆଗରୁ ଲକ୍ଷାଧିକ ନଗଦ ଟଙ୍କା ସହ ଏକ ଦାମୀ କାର୍ରେ ଡିଲ୍ ହେଉଥିବା ବେଳେ ଧରିଥିଲେ । ସିବିଆଇ ସୂତ୍ରରୁ ଜଣାପଡ଼ିଥିଲା ଯେ ବ୍ରିଜ୍ ଆଣ୍ଡ ରୁଫ୍ କୋ. ଲିମିଟେଡ୍ କମ୍ପାନୀରେ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀ ସିବିଆଇ ନିକଟରେ ଏକ ମାମଲା ରୁଜୁ ହୋଇଛି । ଯାହା ଫଳରେ ଦିଲ୍ଲୀ, କୋଲକତା ଓ ଓଡ଼ିଶାରେ ରେଡ଼୍ ଜାରି ରହିଛି ।
You Can Read:
ସରକନ୍ତରା ରେଳ ଫାଟକ ନିକଟରେ ଅଘଟଣ, ଗେଟ୍ କିପରଙ୍କୁ ପିଟିଲେ ଦୁଇ ମଦ୍ୟପ