ଆଜିଠୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା; ସକାଳ ସାଢ଼େ ୧୦ରୁ ଆରମ୍ଭ ହେବ ଏକ୍ସଜାମ୍

Published By : Prameya-News7 Bureau | February 15, 2025 IST

ଭୁବନେଶ୍ୱର,୧୫/୨: ଶନିବାରଠାରୁ CBSE ପରୀକ୍ଷା । ଆଜିଠୁ ଆରମ୍ଭ ହେଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସକାଳ ସାଢ଼େ ୧୦ଟାରୁ ଏକ୍ସଜାମ୍ ଆରମ୍ଭ ହେବ ।  ଦଶମ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ ଯାଏ ଏବଂ ଦ୍ୱାଦଶ ପରୀକ୍ଷା ଆସନ୍ତା ଏପ୍ରିଲ ୪ ଯାଏ ଚାଲିବ । ଏଥର ସାରା ଦେଶରେ ୭, ୮୪୨ ଏବଂ ବିଦେଶରେ ୨୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଥମ ଦିନରେ ଦଶମ ଇଂରାଜୀ ପରୀକ୍ଷା ରହିଛି । ଦଶମ ପରୀକ୍ଷା ସୂଚୀ ଅନୁସାରେ ଆଜି ଇଂରାଜୀ, ୨୦ ତାରିଖରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ରେ ସୋସିଆଲ୍‌ ସାଇନ୍ସ, ୨୮ରେ ହିନ୍ଦୀ, ମାର୍ଚ୍ଚ ୧୦ରେ ଗଣିତ, ୧୭ରେ ଓଡ଼ିଆ ଓ ୧୮ ତାରିଖରେ କମ୍ପ୍ୟୁଟର ପରୀକ୍ଷା ରହିଛି । ସେହିପରି ଦ୍ୱାଦଶ ଶ୍ରେଣୀର ଆସନ୍ତାକାଲି ଏଣ୍ଟରପ୍ରାଇଜେସ୍‌ ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.