ମହିଳାଙ୍କ ବିରୋଧରେ ଆପତ୍ତିଜନତ ଟିପ୍ପଣୀ ଗ୍ରହଣୀୟ ନୁହେଁ, କାର୍ଯ୍ୟାନୁଷ୍ଠାନ ହେବ; ସିଇସିଙ୍କ ଚେତାବନୀ

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନୀ ପ୍ରଚାରରେ ମହିଳାଙ୍କ ଉପରେ ଅପମାନଜନକ ଟିପ୍ପଣୀକୁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ନିନ୍ଦା କରିଛନ୍ତି । ସିଇସି ରାଜୀବ କୁମାର ଏପରି ଟିପ୍ପଣୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ରାଜୀବ କୁମାର ଶିବସେନା (ୟୁବିଟି) ନେତା ଅରବିନ୍ଦ ସାୱନ୍ତଙ୍କ ଦ୍ୱାରା ସାଇନା ଏନସିଙ୍କ ଉପରେ କରାଯାଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ବିଜେପି ମୁଖପାତ୍ର ଥିବା ସାଇନା ଏନସି ଚଳିତ ନିର୍ବାଚନରେ ଶିବସେନା (ସିନ୍ଦେ ଗୋଷ୍ଠୀ) ଟିକଟରେ ନିର୍ବାଚନ ଲଢୁଛନ୍ତି । 

ଭିଡିଓ କନଫରେନ୍ସି ଜରିଆରେ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ରାଜୀବ କୁମାର ମହିଳା ନେତ୍ରୀଙ୍କୁ ଟାର୍ଗେଟ୍ କରି ଆପମାନଜନକ ଏବଂ ଅଶୋଭନୀୟ ଟିପ୍ପଣୀର ନିନ୍ଦା କରିଛନ୍ତି । ଏହାସହ ଅଧିକାରୀଙ୍କୁ ଏପରି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

ସୂତ୍ର ଅନୁସାରେ ଏହି ବୈଠକରେ ପୋଲିସ କମିଶନର, ଏସପି, ଜିଲ୍ଲା ନିର୍ବାଚନ ଅଧିକାରୀ, କମିଶନର ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ । ନିର୍ବାଚନ ଆୟୋଗ ଏହା ପୂର୍ବରୁ ବି ସବୁ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ଏପରି ବୟାନବାଜିଠାରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.