ସରକାର ଜାରି କଲେ ୨୦୨୫ର ଛୁଟି ତାଲିକା, ଜାଣନ୍ତୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ କେତେଦିନ?

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ ୮।୧୧: ସରକାର କେନ୍ଦ୍ର କର୍ମଚାରୀଙ୍କ ଲାଗି ଶୁକ୍ରବାର ୨୦୨୫ର ଛୁଟି ତାଲିକା ଜାରି କରିଛନ୍ତି। ଏହି ସୂଚୀରେ ଦୁଇ ପ୍ରକାର ଛୁଟି ରହିଛି, ଯାହା ଗେଜେଟଡ ( ପବ୍ଲିକ ହଲିଡେ) ଓ ଅନ୍ୟଟି ରେଷ୍ଟ୍ରିକ୍ଟେଡ ( ଅପସନାଲ)। ଗେଜେଟେଡ ଛୁଟି ସେହି ୧୭ ଛୁଟିକୁ କୁହାଯାଉଛି ଯେଉଁଗୁଡିକ ସରକାରୀ କାର୍ଯ୍ୟାଳୟରେ ଅନିବାର୍ଯ୍ୟ ରୂପେ ପାଳିତ ହୁଏ। ଏହି ଛୁଟି ମାନଙ୍କରେ ପ୍ରମୁଖ ରାଷ୍ଟ୍ରୀୟ ଦିବସ ଓ ଧାର୍ମିକ ଉତ୍ସବ ମଧ୍ୟ ସାମିଲ ରହିଛି। 

ସରକାର ୩୪ ଦିନର ରେଷ୍ଟ୍ରିକ୍ଟେଡ ଛୁଟି ତାଲିକା ମଧ୍ୟ ଦେଇଛନ୍ତି। ଯେଉଁଗୁଡିକୁ କର୍ମଚାରୀ ତାଙ୍କ ପସନ୍ଦ ଅନୁସାରେ ବାଛି ପାରିବେ। ଏହି ଛୁଟି ତାଲିକାକୁ ସରକାରୀ ଦପ୍ତରମାନଙ୍କରେ ମାନ୍ୟତା ଦିଆଯାଏ। ଏଣୁ ସରକାରୀ କର୍ମଚାରୀ ଛୁଟି ଦିନ ସମ୍ପର୍କରେ ଆଗୁଆ ଜାଣିପାରି ତାଙ୍କ କାମର ଯୋଜନା କରିପାରିବେ। ୨୦୨୫ରେ ଯେଉଁ ୧୭ଟି ପବ୍ଲିକ ହଲିଡେ ରହିଛି ସେଗୁଡିକରେ ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ, ମହାତ୍ମା ଗାନ୍ଧି ଜୟନ୍ତୀ, ବୁଦ୍ଧ ପୂର୍ଣ୍ଣିମା, କ୍ରିସମାସ୍, ଦଶହରା, ଦୀପାବଳି, ଗୁଡଫ୍ରାଇଡେ,ଗୁରୁ ନାନକ ଜୟନ୍ତୀ,ଇଦ-ଉଲ-ଫିତର, ଇଦ-ଉଲ-ଜୁହା, ମହାବୀର ଜୟନ୍ତୀ, ମହର୍ରମ ଓ ଇଦ-ଏ-ମିଲାଦ ଆଦି ରହିଛି। 

ଏହା ଛଡା ଅପସନାଲ (ରେଷ୍ଟ୍ରିକ୍ଟେଡ) ଛୁଟି ତାଲିକାରେ ଦଶହରାରେ ଗୋଟିଏ ଅତିରିକ୍ତ ଦିନ, ହୋଲି, ଜନ୍ମାଷ୍ଟମୀ, ରାମନବମୀ, ମହାଶିବ ରାତ୍ରି, ଗଣେଶ ଚତୁର୍ଥୀ, ମକର ସଂକ୍ରାନ୍ତି, ରଥଯାତ୍ରା, ଓଣମ, ପୋଙ୍ଗଲ, ଶ୍ରୀପଞ୍ଚମୀ ଓ ମହାବିଶୁବ ସଂକ୍ରାନ୍ତି ଆଦି ରହିଛି। ଏହି ଅପସନାଲ ଛୁଟି ବାଛିବା କର୍ମଚାରୀଙ୍କ ନିଜ ଧାର୍ମିକ, ସାଂସ୍କୃତିକ ଅଥବା ପାରିବାରିକ ଉତ୍ସବ ଅନୁସାରେ କରିପାରିବେ। ଏହି ପ୍ରକାରେ ଛୁଟି ତାଲିକା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ନିଜ ପର୍ବପର୍ବାଣୀ ଓ ଖାସ ଅବସରରେ ଛୁଟି ନେବାକୁ ସୁବିଧା ପ୍ରଦାନ କରିଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.