ସହରାଞ୍ଚଳ ତୁଳନାରେ ବଢିଛି ଗ୍ରାମାଞ୍ଚଳ ଲୋକଙ୍କ ବ୍ୟୟ, ୧୧ ବର୍ଷ ପରେ ଆସିଛି ସର୍ଭେ ରିପୋର୍ଟ

Published By : Prameya-News7 Bureau | February 25, 2024 IST

ନୂଆଦିଲ୍ଲୀ ୨୫।୨: କେନ୍ଦ୍ର ସରକାର ୧୧ ବର୍ଷରେ ପ୍ରଥମ ଥର ‘ହାଉସ୍ ହୋଲ୍ଡ କଞ୍ଜପସନ ଏକ୍ସପେଣ୍ଡିଚର ସର୍ଭେ’ ରିପୋର୍ଟ ଜାରି କରିଛନ୍ତି। ଏଥିରୁ ମିଳୁଥିବା ତଥ୍ୟରେ ସହରାଞ୍ଚଳ ତୁଳନାରେ ଗ୍ରାଣାଞ୍ଚଳରେ ଲୋକଙ୍କ ଖର୍ଚ୍ଚ ବେଶ୍ ବଢିଥିବାର ଜଣାପଡିଛି। ଗତ ଦୁଇ ଦଶନ୍ଧୀରେ ସହର ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ହାରାହାରି ମାସିକ ଖର୍ଚ୍ଚ ପାଖାପାଖି ସମାନ ହୋଇଯାଇଛି। ଭାରତୀୟ ଘରମାନଙ୍କରେ ହାରାହାରି ମାସିକ ପ୍ରତିବ୍ୟକ୍ତି ଖର୍ଚ୍ଚ (ଏମପିସିଇ) ୨୦୧୧-୧୨ ପରେ ସହରାଞ୍ଚଳ ପରିବାରର ୩୩.୫ ପ୍ରତିଶତ ବଢି ୩,୫୧୦ଟଙ୍କାକୁ ପହଞ୍ଚିଥିବା ବେଳେ ଗ୍ରାମାଞ୍ଚଳରେ ୪୦.୪୨ ପ୍ରତିଶତ ବଢି ୨,୦୦୮ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି।

{"id":913645,"width":840,"height":556,"sizeSlug":"full","linkDestination":"none"}

୨୦୨୨-୨୩ରେ ହାରାହାରି ପ୍ରତିବ୍ୟକ୍ତି ଘରୋଇ ଖର୍ଚ୍ଚ (ଏମପିସିଇ) ଗ୍ରାମାଞ୍ଚଳରେ ୩,୭୭୩ ଥିବା ବେଳେ ଏହା ସହରାଞ୍ଚଳରେ ୬,୪୫୯ ଥିଲା। ୨୦୧୧-୧୨ରେ ଏହି ଖର୍ଚ୍ଚରେ ଅନ୍ତର ଯଥାକ୍ରମେ ୮୩.୯ ପ୍ରତିଶତରୁ ୭୧.୨ ପ୍ରତିଶତ ଥିଲା। ୨୦୦୯-୧୦ରେ ଏହା ୮୮.୨ ପ୍ରତିଶତ ଓ ୨୦୦୪-୦୫ରେ ୯୦.୮ ପ୍ରତିଶତରୁ କମ ହୋଇ ୭୧.୨ ପ୍ରତିଶତ ରହିଛି । ମିନିଷ୍ଟ୍ରି ଅଫ ଷ୍ଟାଟିଷ୍ଟିକ୍ସ ଫ୍ୟାକ୍ଟସିଟ୍‌ରୁ ଜାହା ଜଣା ପଡେ ୧୮ ବର୍ଷରେ ଗ୍ରାମୀଣ କ୍ଷେତ୍ରର ମନ୍ଥଲୀ ପରକ୍ୟାପିଟା ଏକ୍ସପେଣ୍ଡିଚର (ଏମପିସିଇ) ୬ ଗୁଣାରୁ ବି ଅଧିକ ବଢିଛି, ଯାହା ସହରାଞ୍ଚଳ ତୁଳନାରେ ବହୁତ ଅଧିକ।

{"id":913646,"width":839,"height":558,"sizeSlug":"full","linkDestination":"none"}

୨୦୦୪-୦୫ରେ ଗ୍ରାମୀଣ କଞ୍ଜପସନ ୫୭୯ ଓ ସହରାଞ୍ଚଳରେ ୧,୧୦୫ ଥିଲା। ଯାହା ଏବେ ଗ୍ରାମୀଣ କ୍ଷେତ୍ରରେ ୫୫୨ ପ୍ରତିଶତ ଓ ସହରାଞ୍ଚଳରେ ୪୮୪ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ସର୍ବଭାରତୀୟ ଘରୋଇ ଉପଭୋଗ ବ୍ୟୟ ସର୍ଭେକ୍ଷଣ (ଏଚସିଇଏସ୍) ଅଗଷ୍ଟ ୨୦୨୨ ଓ ଜୁଲାଇ ୨୦୨୩ ମଧ୍ୟରେ କରାଯାଇଥିଲା। ଏହି ତଥ୍ୟ ଜିଡିପି, ଖୁଚୁରା ମୁଦ୍ରାସ୍ପିତି ଓ ଦାରିଦ୍ର୍ୟସ୍ତର ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଂକେତର ଆକଳନ କରାଯାଇଥିଲା। ୨୦୨୨-୨୩ରେ ଗ୍ରାମୀଣ ଜନସଂଖ୍ୟାର ସର୍ବ ନିମ୍ନ ୫ ପ୍ରତିଶତଙ୍କ ମାସିକ ପ୍ରତିବ୍ୟକ୍ତି ବ୍ୟୟ ୧,୩୭୩ଟଙ୍କା ଥିଲା। ଏହି ସମୟରେ ସହରାଞ୍ଚଳର ଏହି ବର୍ଗ ୨,୦୦୧ ଟଙ୍କା ବ୍ୟୟ କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.