GST ସହ ଜଡିତ ମାମଲାର ତଦନ୍ତ କରିବ ED, ମନି ଲଣ୍ଡ୍ରିଂରେ ରୁଜୁ ହେବ ମାମଲା, କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | July 09, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମନି ଲଣ୍ଡ୍ରିଂ ନିୟମରେ ସଂଶୋଧନ କରି ଜିଏସଟି ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି । ସରକାରଙ୍କ ଏହି ନିୟମ ପରେ ଦ୍ରବ୍ୟ ଏବଂ ସେବା କର ଅର୍ଥାତ୍ ଜିଏସଟିରେ ଜାଲିଆତି କରୁଥିବା ବ୍ୟକ୍ତିଙ୍କୁ ପାଇଁ ଏକା ବିପଦର ଘଣ୍ଟି ହୋଇପାରେ । ସରକାର ମନି ଲଣ୍ଡ୍ରିଂ ସହ ଜଡିତ ପିଏମଏଲଏ ଆଇନ ଅଧିନରେ ଇଡିକୁ ଜିଏସଟିଏନ ସମସ୍ତ ସୂଚନା ଆଦାନ ପ୍ରଦାନ ପାଇଁ ଅନୁମତି ଦେଇଛନ୍ତି ।

ସରକାରଙ୍କ ଏହି ପଦକ୍ଷେପ ପରେ ମନି ଲଣ୍ଡ୍ରିଂ ଜରିଆରେ କରାଯାଇଥିବା ଜିଏସଟି ଚୋରିର ଆଦୟ କରିବାରେ ସହାୟତ ହୋଇପାରିବ । କୁହାଯାଉଛି ଯେ ଜିଏସଟି ବ୍ୟବସ୍ଥାରେ ଜାଲିଆତି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ଏବଂ ଜିଏସଟି ଚୋରିକୁ ରୋକାଯାଇ ପାରିବ ।

ଜିଏସଟି ଚୋରି ଏବଂ ଜାଲିଆତି ରୋକିବା ପାଇଁ କେନ୍ଦ୍ର ସରକାର, ରାଜ୍ୟଗୁଡିକ ସହ ମିଶି ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଗତ କିଛି ମାସରେ ଜିଏସଟିରେ ଜାଲିଆତିକୁ ନେଇ ଅନେକ ମାମଲା ସାମନାକୁ ଆସିଥିଲା ଏବଂ ବହୁ କମ୍ପାନି ଉପରେ ଚଢଉ ଖବର ସାମନାକୁ ଆସିଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ ସରକାରଙ୍କ ଏହି ଆଇନରେ ସଂଶୋଧନ ପରେ ମନି ଲଣ୍ଡ୍ରିଂ ଜରିଆରେ କରାଯାଇଥିବା ଜିଏସଟି ଚୋରି ଆଦାୟ କରାଯାଇ ପାରିବ । ଜିଏସଟିର ଚୋରି କରୁଥିବା ବ୍ୟକ୍ତି ଏବଂ କମ୍ପାନିଙ୍କ ବିରୋଧରେ ଇଡି ସିଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ହେବ ।

ପଢନ୍ତୁ: ଫିଲ୍ମ ଷ୍ଟାଇଲରେ ଫରିଦାବାଦରେ ଜିଏସଟି ରେଡ୍; ଘର କାନ୍ଥରୁ ବାହାରିଲା ୩ କୋଟି ନଗଦ

ପରୋକ୍ଷ ଟିକସ ଏବଂ କଷ୍ଟମ ଟ୍ୟାକ୍ସ ଚୋରି ରୋକିବା ପାଇଁ ସରକାର ଏହି ସଂଶୋଧନ କରିଛନ୍ତି । ସରକାରଙ୍କ କହିବା ଅନୁସାରେ ଅନେକ ଫେକ୍ କମ୍ପାନି ଜିଏସଟି ଅଧିନରେ ପଞ୍ଜୀକରଣ କରନ୍ତି କିନ୍ତୁ ସେମାନ ବିଦେଶୀ କରେନ୍ସିର ଉଲ୍ଲଂଘନ କରୁଛନ୍ତି । ଅନ୍ୟପଟେ କମ୍ପାନି ଫେକ୍ ଇନଭଇସିଂ ଜରିଆରେ ଟ୍ୟାକ୍ସ ଚୋରି କରୁଛନ୍ତି । ସରକାରଙ୍କ ଦ୍ୱାରା ଜାରି ଅଧିସୂଚନା ପରେ ଜିଏସଟିଏନର ଡାଟାର ପୂରା ସୂଚନା ଇଡିକୁ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.