DAକୁ ନେଇ ଖୁସିଖବର, ଖୁବ୍‌ଶୀଘ୍ର ବଢ଼ିବ ସରକାରୀ କର୍ମଚାରୀଙ୍କ ଦରମା

Published By : Prameya-News7 Bureau | August 06, 2023 IST

ନୂଆଦିଲ୍ଲୀ, ୦୬/୦୮: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇପାରନ୍ତି। ଦେଶରେ ବଢ଼ୁଥିବା ମହଙ୍ଗା ବୃଦ୍ଧି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଦରମା ବଢ଼ିବାକୁ ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାର ଖୁବ୍‌ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏ(DA) ବୃଦ୍ଧି ଘୋଷଣା କରିପାରନ୍ତି। ସୂଚନା ଅନୁଯାୟୀ, ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନ୍‌ସନ୍‌ ଉପଭୋକ୍ତାଙ୍କ ପାଇଁ ମହଙ୍ଗା ଭତ୍ତାକୁ ୪୨ ପ୍ରତିଶତ ବଢ଼ାଇ ୪୫ ପ୍ରତିଶତ କରିପାରନ୍ତି।

ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନ୍‌ସନ୍‌ ହୋଲ୍ଡରଙ୍କୁ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି। ମହଙ୍ଗା ଭତ୍ତାକୁ ବର୍ଷରେ ଦୁଇ ଥର ସଂଶୋଧିତ କରାଯାଇଥାଏ। ୨୦୨୩ ମାର୍ଚ୍ଚ ୨୪ ଅନ୍ତିମ ଥର ଡିଏରେ ସଂଶୋଧନ କରାଯାଇଥିଲା ଏବଂ ଏହା ୧ ଜାନୁଆରୀ ୨୦୨୩ରୁ ପିଛିଲା ଭାବରେ ଲାଗୁ ହୋଇଥିଲା। ସେହି ସମୟରେ ୪% ବୃଦ୍ଧି ନେଇ ସରକାର ଘୋଷଣା କରିଥିଲେ।ତେବେ ଏଥର ତିନି ପ୍ରତିଶତ ବୃଦ୍ଧି ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.