ଡାକି ଚେୟାର ନଦେବା ଘଟଣା ଦୁଃଖଦାୟକ କହିଲେ ମେୟର, ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଲେ ଆମେ ନିରପେକ୍ଷ ଭାବେ କାର୍ଯ୍ୟ କରୁଛୁ

Published By : Prameya-News7 Bureau | August 31, 2024 IST

ଭୁବନେଶ୍ବର ୩୧।୮: ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ । ମେୟରଙ୍କୁ ଡାକି ଚେୟାର ନଦେବା ଘଟଣା ଦୁଃଖଦାୟକ କହିଲେ ମେୟର ସୁଲୋଚନା ଦାସ । ସେମାନଙ୍କର ଲୋକ ପ୍ରତିନିଧି ଉପରେ ସମ୍ମାନ ନଥିବା ମେୟର କହିଛନ୍ତି । ଆଜି କାର୍ଯ୍ୟକ୍ରମକୁ ମେୟର ଓ କର୍ପୋରେଟର ମାନଙ୍କୁ ନିମନ୍ତ୍ରଣ କରାଯାଇ ଚେୟାର ନଦେବାକୁ ସେ ସମ୍ପୂର୍ଣ୍ଣ ନିନ୍ଦା କରିଛନ୍ତି । ମେୟରଙ୍କୁ ସମାନ ନ ଦେଇ ଅସମ୍ମାନ କରିଛନ୍ତି । ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମକୁ ଡାକି ଚେୟାର ନଦେବା ନିଶ୍ଚିନ୍ତ ପକ୍ଷେ ଦୁଃଖର କଥା । ଆଜି ଦିନରେ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବାର ଥିଲା । ହେଲେ କାର୍ଯ୍ୟକ୍ରମକୁ ଡାକି ଅସମ୍ମାନ କରିବା ଅନେକ ଦୁଃଖର କଥା ବୋଲି ମେୟର କହିଛନ୍ତି ।

ସେପଟେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ବିଏମସି ମେୟରଙ୍କୁ ଅସମ୍ମାନ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀ ମାନେ କରୁଛନ୍ତି । ସମସ୍ତ ମ୍ୟୁନିସିପାଲ କର୍ପୋରେସନ ଓ  ମ୍ୟୁନିସିପାଲଟିରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟକ୍ରମ ପାଳନ ହେଉଛି । ବିଏମସିରେ ମଧ୍ୟ ସକାଳେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା । ଏହି ସମୟରେ ସେମାନେ କିପରି ଏଠାରେ ଉପସ୍ଥିତ ରହିପାରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଆମେ ସବୁବେଳେ ନିରପେକ୍ଷ ଭାବରେ କାର୍ଯ୍ୟ କରୁଛୁ । ବିଭାଗୀୟ ଅଧିକାରୀଙ୍କ ସହିତ କଥା ହେବି ବୋଲି ମନ୍ତ୍ରୀ କହିଛନ୍ତି । 

You Can Read:

୨୦୨୪-୨୫ ଆର୍ଥିକ ବର୍ଷରେ ୯୮୬୨୦ ସଂଖ୍ୟକ ଶିଶୁ ଅପପୃଷ୍ଟିର ଶିକାର : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.