୨୦୨୪-୨୫ ଆର୍ଥିକ ବର୍ଷରେ ୯୮୬୨୦ ସଂଖ୍ୟକ ଶିଶୁ ଅପପୃଷ୍ଟିର ଶିକାର : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

Published By : Prameya-News7 Bureau | August 31, 2024 IST

ଭୁବନେଶ୍ବର ୩୧।୮: ୨୦୨୪-୨୫ ଆର୍ଥିକ ବର୍ଷରେ ୯୮୬୨୦ ସଂଖ୍ୟକ ଶିଶୁ ଅପପୃଷ୍ଟିର ଶିକାର । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅପପୃଷ୍ଟି ରୋକିବାକୁ ସରକାର ଏହିସବୁ ପଦକ୍ଷେପ ନେଉଥିବା କହିଲେ ଉପ ମୁଖ୍ୟମନ୍ତ୍ରୀ । ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ରରେ ପଞ୍ଜୀକୃତ ସମସ୍ତ ଶିଶୁ (୬ ମାସରୁ ୬ ବର୍ଷ) ମାନଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଅଛି । ଏହି ଯୋଜନା ମାଧ୍ୟମରେ ୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ THR ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଇତ୍ୟାଦି ଯୋଗାଇ ଦିଆଯାଉଅଛି । ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତ ଲଡୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ୩ ବର୍ଷରୁ ୬ ବର୍ଷର ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ଟି ଅଣ୍ଡା ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ମାଧ୍ଯମରେ SAM ଶିଶୁ (୬ ମାସରୁ ୫ ବର୍ଷ) ମାନଙ୍କୁ ପ୍ରତିଦିନ ୧୦୦ ଗ୍ରାମ Augmented ଛତୁଆ ଓ ଗୋଟେ ଅଣ୍ଡା ହିସାବରେ ୧୧୨ ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଅଛି । SUW ଓ MAM ଶିଶୁ ମାନଙ୍କୁ ବେସନ ଅଟା ମିଶ୍ରଣ, କଦଳୀ ଓ ଅଣ୍ଡା ୭୫ ଦିନ ପାଇଁ ପ୍ରଦାନ କରାଯାଉଛି ।

ଏତତବ୍ୟତୀତ, ପଡା ପୁଷ୍ଟି କାର୍ଯ୍ୟକ୍ରମ ଅଧିନରେ ଦୁରାଗମ୍ୟ ଗ୍ରାମରେ ବାସ କରୁଥିବା ୩-୬ ବର୍ଷ ବୟସର ଶିଶୁ, ଯେଉଁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆସିପାରନ୍ତି ନାହିଁ, ସେମାନଙ୍କୁ ଉକ୍ତ ଗ୍ରାମରେ ଉଭୟ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥାଏ । ସମ୍ପ୍ରତି, ଏହି କାର୍ଯ୍ୟକ୍ରମ ରାଜ୍ୟର ୧୮୪୩ ଦୁରାଗମ୍ୟ ଗ୍ରାମରେ କାର୍ଯ୍ୟକ୍ଷମ ଅଛି ।

You Can Read:

ଭିଜିଲାନ୍ସ ହାବୁଡ଼ରେ ବାରିପଦା ଟାଉନ୍ ଥାନା ASI, ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.