‘ତାଙ୍କ ପାଖରେ କ'ଣ ଏମିତି ଖାସ୍ ଅଛି କି? ଗିଲ ଉପ-ଅଧିନାୟକ ହେବା ପରେ ରାଗିଲେ କ୍ରିକେଟର...

Published By : Prameya-News7 Bureau | January 20, 2025 IST

ନୂଆଦିଲ୍ଲୀ ୨୦/୦୧: ଘୋଷଣା ହୋଇଛି ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆର ସ୍କ୍ୱାର୍ଡ । ରୋହିତ ଶର୍ମା ଏବଂ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତାଙ୍କ ନେତୃତ୍ୱରେ ଦଳ ଘୋଷଣା ହୋଇଛି । ଏହି ICC ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ତେବେ ଟିମ୍‌ରେ ଗିଲ୍‌ଙ୍କୁ ଉପ-ଅଧିନାୟକ ନା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ୨୫ ବର୍ଷୀୟ ଯୁବ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଛି । 

ତେବେ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିକୁ ନେଇ ବିତର୍କ ଆରମ୍ଭ ହୋଇଛି । କିଛି ଲୋକ ଗିଲଙ୍କ ସମର୍ଥନରେ ଅଛନ୍ତି ଯେତେବେଳେ ଅନେକ ତାଙ୍କୁ ଉପ-ଅଧିନାୟକ କରିବା ସପକ୍ଷରେ ନାହାଁନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏବଂ ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅଂଶ, କୃଷ୍ଣମାଚାରୀ ଶ୍ରୀକାନ୍ତ ମଧ୍ୟ ଏହି ତାଲିକାରେ ସାମିଲ। ସେ ଗିଲ୍‌ଙ୍କ ଉପ-ଅଧିନାୟକ ହେବା ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ତାଙ୍କ ପାଖରେ କଣ ଏମିତି ଅଛି କି ଖାସ୍ ?

ଶ୍ରୀକାନ୍ତ କଣ କହିଲେ ?

ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଘୋଷଣା ପରେ, ଗିଲଙ୍କୁ ନେଇ ସଭିଏଁ ତାଟକା । ଅନ୍ୟ ବରିଷ୍ଠ ଖେଳାଳିଙ୍କୁ ଅଣଦେଖା କରି ଚୟନକର୍ତ୍ତାମାନେ ଗିଲଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଥିଲେ।  ଯାହାକୁ ନେଇ ଭଡକିଥିଲେ କୃଷ୍ଣମାଚାରୀ ଶ୍ରୀକାନ୍ତ । ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଯୁବ ବ୍ୟାଟସମ୍ୟାନଙ୍କ ବିଷୟରେ କହିଛନ୍ତି । 'ସେମାନେ ହଠାତ୍ ଗିଲଙ୍କୁ ଉପ-ଅଧିନାୟକ କରିଦେଲେ । 

ସେ ଗତ ଗୋଟିଏ ବର୍ଷ ମଧ୍ୟରେ କିଛି ବିଶେଷ କାମ କରିନାହାଁନ୍ତି । ଯଦି ଆମେ ତାଙ୍କର ଶେଷ ୧୦ଟି ODI ଇନିଂସକୁ ଦେଖିବା, ତେବେ ସେଥିରେ କିଛି ବିଶେଷ ଫର୍ମ ନାହିଁ। ତାଙ୍କ ବିଷୟରେ ଏପରି କ’ଣ ବିଶେଷ ଅଛି ଯେ ତାଙ୍କୁ ଉପ-ଅଧିନାୟକ କରାଯିବା ଉଚିତ? ମୁଁ ଆଶ୍ଚର୍ଯ୍ୟ ହେଉଛି।

ପୂର୍ବରୁ ବି ଭଡକିଥିଲେ ଶ୍ରୀକାନ୍ତ: 

ଏହା ପ୍ରଥମ ଥର ନୁହେଁ ଯେ ଶ୍ରୀକାନ୍ତ ଗିଲଙ୍କ ଉପରେ ଏପରି ରାଗିଛନ୍ତି । ପୂର୍ବରୁ ସେ ବର୍ଡର ଗାଭାସ୍କର ଟ୍ରଫିରେ ଗିଲଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗିଲଙ୍କ ପ୍ରଦର୍ଶନ ନିରାଶାଜନକ ଥିଲା । ତା'ପରେ ଶ୍ରୀକାନ୍ତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ, 'ଶୁଭମନ ଗିଲ୍ ଏବେ ଦଳରେ ଅଛନ୍ତି କାରଣ ତାଙ୍କୁ ୧୦ଟି ସୁଯୋଗ ମିଳେ ଏବଂ ଏହା ପୂର୍ବରୁ ସେ ୯ଟିରେ ବିଫଳ ହୁଅନ୍ତି ଏବଂ ୧୦ମରେ ରନ୍ କରନ୍ତି ।' ସେହି ଗୋଟିଏ ଇନିଂସ ଯୋଗୁଁ, ସେ ରନ କରିବା ପାଇଁ ଆଉ ୧୦ଟି ସୁଯୋଗ ପାଆନ୍ତି।

ଗିଲ୍ ଗତ ୧୦ଟି ଦିନିକିଆରେ ଫ୍ଲପ୍:

ଶୁଭମନ ଗିଲ ପ୍ରତ୍ୟେକ ଫର୍ମାଟରେ ନିଜକୁ ପ୍ରମାଣିତ କରିଛନ୍ତି । ତାଙ୍କୁ ଟିମ୍ ଇଣ୍ଡିଆର ଭବିଷ୍ୟତର ଷ୍ଟାର ଭାବରେ ଦେଖାଯାଉଛି। ସେ ODIରେ ଏକ ଦ୍ୱିଶତକ ମଧ୍ୟ ମାରିଛନ୍ତି। ସେ ୪୭ଟି ଦିନିକିଆରେ ୬ଟି ଶତକ ସହାୟତାରେ ୨୩୨୮ ରନ୍ କରିଛନ୍ତି, ଯାହାର ସର୍ବାଧିକ ସ୍କୋର ୨୦୮। ତଥାପି, ଗତ ୧୦ଟି ODI ଇନିଂସରେ ଗିଲଙ୍କ ବ୍ୟାଟ୍ ନୀରବ ରହିଛି। ସେ କେବଳ ୩୪୨ ରନ କରିଛନ୍ତି।

also read...

୧୪୦ କୋଟି ଲୋକ ଆମ ପଛରେ, ଏଥର ବି ଓ୍ୱାଙ୍ଖେଡ ଷ୍ଟାଡିୟମ୍ ଆସିବ ଟ୍ରଫି- ରୋହିତ ଶର୍ମା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.