ରବିବାର ପବିତ୍ର ସୁନିଆ, ଦୁର୍ଗା ପୂଜା ପାଇଁ ଆଜି ମାଟି ଉଠାଣ ଅନୁକୂଳ

Published By : Prameya-News7 Bureau | September 15, 2024 IST

ଚଣ୍ଡିଖୋଲ ୧୫।୦୯ : ଆଜି ପବିତ୍ର ସୁନିଆ । ଏହି ଶୁଭ ମହୁରତ ଦିନରେ ଜଗତ ଜନନୀ ମାଆ ଦୁର୍ଗତନାସିନୀଙ୍କର ମାଟି ଉଠାଣ ହୋଇଥିଲା । ଏହି ପବିତ୍ର ଦିନରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମା ଦୁର୍ଗା ପୂଜା ପାଇଁ ମାଟି ଉଠାଣ ଅନୁକୂଳ ହୋଇଛି । 

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମା ଦୁର୍ଗା ପୂଜା ଗତ ୪୮ ବର୍ଷ ଧରି ସୂଚାର ରୂପେ ହୋଇଆସୁଛି । ରବିବାର ପବିତ୍ର ସୁନିଆ ଅବସରରେ ଚଣ୍ଡିଖୋଲ ମା ଦୁର୍ଗାଙ୍କ ମାଟି ଉଠାଣ ହୋଇଥିଲା । ସୁଙ୍ଗୁଡ଼ା ଡେରାପ ପୋଖରୀ ଖେଳ ପଡିଆରୁ ପ୍ରଭାତରୁ ବ୍ରାହ୍ମଣ, କର୍ତ୍ତା, ସମସ୍ତ ସଦସ୍ୟ ବାଜାବାଣ ମଣ୍ଡପରୁ ବାରି ଚଣ୍ଡିଖୋଲ ବଜାର ପରିକ୍ରମା କରିଥିଲେ । ଏହାପରେ ପଡିଆରେ ବାସ୍ତୁ ପୂଜା, ନବଗ୍ରହ, ପୂଜା, ସର୍ବଦେବ ଦେବୀ ପୂଜା, ହୋମ ଆଳତି ପରେ ମାଟି ଉଠାଣ ହେଉଥିଲା । ଏନେଇ ପୁରା ଅଞ୍ଚଳରେ ଖେଳିଯାଇଛି ଖୁସିର ମାହୋଲ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.