ଚନ୍ଦ୍ରରେ ଜୋରଦାର ଥିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ, ଅବତରଣ ସ୍ଥଳ ସମ୍ପର୍କରେ ସୂଚନା ଦେଲେ ISRO

Published By : Prameya-News7 Bureau | October 27, 2023 IST

ବେଙ୍ଗାଲୁରୁ ୨୭।୧୦: ଭାରତ ନିମନ୍ତେ ୨୩ ଅଗଷ୍ଟ ୨୦୨୩  ମହାକାଶ ଇତିହାସ ରେ ଏକ ଖାସ ଦିନ ଥିଲା। ଏହି ଦିନ ଚନ୍ଦ୍ରଙ୍କ ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ହୋଇଥିଲା। ତେବେ ଭାରତୀୟ  ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଶୁକ୍ରବାର ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କାଳରେ ଚନ୍ଦ୍ରର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କାଳରେ ପ୍ରାୟ ୨ ଟନ୍‌ରୁ ଅଧିକ ଚନ୍ଦ୍ରମାଟି (ମୁନ୍ ଏପିରେଗୋଲିଥ୍) ଉଡାଇ ଆକର୍ଷକ ‘ଇଜେକ୍ଟା ହେଲୋ’ ସୃଷ୍ଟି କରିଥିଲା।

wp:html /wp:html

ମହାକାଶ ସଂସ୍ଥାନ କହିଛନ୍ତି ଯେ ଲ୍ୟାଣ୍ଡର ଲ୍ୟାଣ୍ଡିଂ ସ୍ଥଳ ଆଖପାଖର ପ୍ରାୟ ୧୦୮.୪ବର୍ଗ ମିଟର ଅଞ୍ଚଳରୁ ଚନ୍ଦ୍ରର ଧୂଳି ଉଡାଇ ଆକର୍ଷକ ଅବତରଣ କରିଥିଲା। ଏନଆରଏସସି ଓ ଇସ୍ରୋ ବୈଜ୍ଞାନିକଙ୍କ ଅନୁମାନ ଏହି ପ୍ରକ୍ରିୟାରେ ପାଖାପାଖି ୨.୦୬ ମେଟ୍ରିକ ଟନ୍ ମୁନ୍ ଏପିରେଗୋଲିଥ୍ ସ୍ଥାନଚ୍ୟୁତ ହୋଇଥିଲା।  ଏଥିରେ କୁହାଯାଇଛି ଯେ  ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଲ୍ୟାଣ୍ଡିଂ କାଳରେ ଅବତରଣ ପର୍ଯ୍ୟାୟରେ ଥ୍ରଷ୍ଟର୍ସ ଓ ଅନ୍ୟ ପ୍ରକ୍ରିୟାରେ ଚନ୍ଦ୍ର ପୃଷ୍ଠର ଏପିରେଗୋଲିଥ ସାମଗ୍ରୀର ଏକ ଗୁରୁତ୍ୱପୂର୍ଣ୍ଣ ମାତ୍ରା ବିସ୍ଥାପିତ ହୋଇଥିଲା। ଯାହାର ପରିଣାଣ ସ୍ୱରୂପ ପରାବର୍ତ୍ତନ ବିସଙ୍ଗତି ବା ଇଜେକ୍ଟା ହେଲୋ ଉତ୍ପର୍ଣ୍ଣ  ହୋଇଥିଲା।

{"id":862133,"width":842,"height":553,"sizeSlug":"full","linkDestination":"none"}

ଇସ୍ରୋ କହିଛନ୍ତି ଯେ ସେ ଚନ୍ଦ୍ରଯାନ-୨ ଅର୍ବିଟରର ଅର୍ବିଟର ହାଇ ରିଜଲ୍ୟୁସନ କ୍ୟାମେରା (ଓଏଚଆରସି) ଦ୍ୱାରା ଲ୍ୟାଣ୍ଡିଂ ପୂର୍ବର ଓ ପରବର୍ତ୍ତି ପାନକ୍ରୋମାଟିକ୍ ଇମେଜରିର ତୁଳନା କରିଛନ୍ତି, ଯାହା ଲ୍ୟାଣ୍ଡିଂ ଘଟଣାର କିଛି ଘଣ୍ଟା ପୂର୍ବ ଓ ପରେ ହାସଲ କରାଯାଇଥିଲା। ଏଥିରେ ଇଜେକ୍ଟା ହେଲୋର ବିଶେଷତା ଥିଲା। ବିଶେଷ କରି ‘ହେଲୋ’ ଲ୍ୟାଣ୍ଡର ଚତୁପର୍ଶ୍ୱରେ ଏକ ଅନିୟମତ ଚମକଦାର ବଳୟ ଭଳି ଦେଖାଦେଇଥାଏ। ଇଜେକ୍ଟା ହେଲୋ ପିଏକ୍ସଏଲରୁ ଅସମ୍ବଦ୍ଧ ବର୍ଗିକୃତ ଓ  କରାଯାଇଥିବା ନକ୍ସାରୁ ୧୦୮.୪ ବର୍ଗମିଟର ଅଞ୍ଚଳରୁ ଧୂଳି ବିସ୍ଥାପିତ ହୋଇଥିବାର ଅନୁମାନ କରାଯାଇଛି।

ରୋଭର ପ୍ରଜ୍ଞାନର ସକ୍ରିୟ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ: ଇସ୍ରୋ ମୁଖ୍ୟ ଏସ ସୋମନାଥ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.