ଚଣ୍ଡିଖୋଲରେ ଛଠ୍ ପର୍ବ ପାଳିତ, ପରିବାରର ଶୁଭ ମନାସୀ କଲେ ଓଷା

Published By : Prameya-News7 Bureau | November 08, 2024 IST

ଚଣ୍ଡିଖୋଲ ୦୮/୧୧: ଧୂମଧାମରେ ପାଳିତ ହୋଇଛି ଛଠ୍ ପର୍ବ । ଚଣ୍ଡିଖୋଲରେ ଛଟ ପର୍ବ ବିହାରୀ ସାମ୍ପ୍ରଦାୟିକ ମାନେ ପାଳନ କରିଛନ୍ତି l ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ବିହାରୀ ସମ୍ପ୍ରଦାୟର ଏହି ଛଠ୍ ପର୍ବ ମୁଖ୍ୟ ଥିବାରୁ ଏହି ପର୍ବରେ ନୀତି ନିୟମ ଅନସରେ ଛଟମାୟାକୁ ପୂଜନ କରନ୍ତି । 

ସୂଚନା ଥାଉକି, ବିଶେଷ କରି ଏହି ପୂଜା ୩ ଦିନ ଧରି ପାଳନ କରନ୍ତି । ପ୍ରଥମରୁ ନୀତିକ।ନ୍ତିରେ ମା'ଙ୍କୁ ପୂଜା ,ଅର୍ପଣ, ଉପବାସ ସନ୍ଧ୍ୟାରେ ସନ୍ଧ୍ୟା ଆଳତି,ପ୍ରଥନା,ସମର୍ପଣ ,ପୂଜା ହେଉଥିବା ବେଳେ ସୂର୍ଯ୍ୟ ଦେବଙ୍କୁ ଅସ୍ଥ ସମୟରେ ପୂଜନ କରି ରାତି ସାରା ମା ଙ୍କ ଫଟୋ କତିରେ ଉଜାଗର ବସି ଥାଆନ୍ତି । 

ତାପର ଦିନ ସୂର୍ଯ୍ୟ ଉଦୟ ସମୟରେ ଛଠ୍ ମାୟା ମନ୍ଦିରରେ ସମସ୍ତ ଉଷା ମାନସିକ ଧରି ମାଙ୍କୁ ନୂତନ ବସ୍ତ୍ର ଫଳ ମୂଳ ଶୋଲା ଆଖେତ ଅର୍ପଣ କରି ଦୀପ ଧୂପ ଦେଇ ଆଳତି କରିଥାନ୍ତି। ସର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ଉଷା ବ୍ରତ ଭାଙ୍ଗି ଥାଆନ୍ତି । ଏହି ଓଷା କରିବା ଦ୍ଵାରା ଅପୃତିକ ସନ୍ତାନ ପ୍ରାପ୍ତି ହୁଅନ୍ତି । ଘରର କୌଣସି ବିପଦ ଦେଖାଯାଏ ନାହିଁ ,ପିଲା ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରୁହନ୍ତି । ବ୍ୟବସାୟରେ ମାଙ୍କ ଅଶ୍ରିବଦ୍ ରହିଥାଏ । ଏହି ବିଶ୍ୱାସକୁ ଆଧାର କରି ମାନସିକ ଧାରୀ ମାନେ ପୂଜା କରିଥାନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.