କରଞ୍ଜିଆ ୦୮/୧୧: ପୁଣି କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାଡଖଣ୍ଡୀ ହାତୀପଲ । ସକାଳୁ ସକାଳୁ କେନ୍ଦୁଝର ବନଖଣ୍ଡର ପାଟଣା ଅଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ବଡ଼ଦେଉଳି ଗ୍ରାମ ଜଙ୍ଗଲରେ ଡେରା ପକାଇଛନ୍ତି ।
ହାତୀପଲ ଆସିବା ଦ୍ୱାରା ୧୫ ରୁ ୨୦ଟି ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହାତୀମାନଙ୍କ ଗତିବିଧି ଉପରେ ବନବିଭାଗ ଲକ୍ଷ୍ୟ ରଖିଥିଲେବି ଧାନ ଫସଲ ନଷ୍ଟ କରିବେ ବୋଲି ଚିନ୍ତାରେ ଧାନ ଚାଷୀ ।
ସୂଚନା ଥାଉକି, କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାଡଖଣ୍ଡୀ ହାତୀପଲ । ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ବଡ଼ଦେଉଳି ଗ୍ରାମ ଜଙ୍ଗଲରେ ଡେରା ପକାଇଛନ୍ତି । ସେପଟେ ହାତୀପଲଙ୍କ ଉପଦ୍ରବରେ ଲୋକେ ଭୟଭୀତ ହୋଇପଡିଛନ୍ତି ।