କଣ୍ଟାବାଞ୍ଜି ୦୮/୧୧: ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିଲେ ଭାଇ ଭଉଣୀ । ଦିନ ଦ୍ୱିପ୍ରହରରେ ଟାଙ୍ଗିଆ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ମୁରିବାହାଲ ଥାନା ଅଞ୍ଚଳରେ ୭ ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।
ସୂଚନା ଥାଉକି, ପଟାମରା ଗାଁର ଲଳିତ ଗହୀର ଏବଂ ତାଙ୍କ ଭଉଣୀ ହଳଦୀ ଗାଁରେ ଥିବା ତାଙ୍କ କିୟୋସ ଵ୍ୟାଙ୍କକୁ ୭ ଲକ୍ଷ ୩୦ ହଜାର ଟଙ୍କା ନେଇ ନିଜ ବାଇକରେ ଯାଉଥିଲେ । ଏହି ସମୟରେ ରାସ୍ତାରେ ଗୋଟିଏ ସ୍କୁଟିରେ ୩ ଜଣ ଯୁବକ ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ଫେରାର ହୋଇଯାଇଥିଲେ।
ଖବର ମୁରିବାହାଲ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରୁଛି । ଲଳିତ ଗହୀରର ନିଜ କିୟୋସ ବ୍ୟାଙ୍ଗ ହଳଦୀ ଗାଁରେ ଥିବା ବେଳେ ସେ ସବୁ ଦିନ ଏମିତି ଟଙ୍କା ନେଇ ବ୍ୟାଙ୍କକୁ ଯାଆନ୍ତି। ତେବେ ଆଜି ସେ ଲୁଟର ଶିକାର ହୋଇଛନ୍ତି।