ମୁମ୍ଵାଇ ୦୮।୧୧: ବିହାରର ପୁର୍ଣ୍ଣିଆର ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ସେ ଏପରି ଧମକ ପାଇଛନ୍ତି। ଏହା ପୂର୍ବରୁ ଏକ ଅଡିଓ କ୍ଲିପ୍ରେ କଲ୍ କରୁଥିବା ବ୍ୟକ୍ତି ଯାଦବଙ୍କୁ ଚେତାବନୀ ଦେଇ କହିଥିଲେ ଯେ ସେ ତାଙ୍କର ପ୍ରତ୍ୟେକ ପଦକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଯଦି ସେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସହ ଯୋଡି ହୋଇଥିବା ପ୍ରସଙ୍ଗରେ ଦୂରେଇ ନ ରହିବେ, ତେବେ ତାଙ୍କୁ ହତ୍ୟା କରାଯିବ।
ବିହାର ପୋଲିସ ଏହାପୂର୍ବରୁ ଶନିବାର (ନଭେମ୍ବର ୨) ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଯିଏ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ପପୁ ଯାଦବଙ୍କୁ ଧମକ ଦେଇଥିଲା। ସୋସିଆଲ ମିଡିଆରେ ଧମକ ଦିଆଯାଉଥିବା ଖବର ଉପରେ ଆଧାର କରି ବିହାରରେ ଏକ ମାମଲା ରୁଜୁ ହୋଇଥିଲା। ଯାଦବ ଦୁବାଇ ନମ୍ବରରୁ ଏକ କଲ ଆସିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଚିଠି ଲେଖି ସୁରକ୍ଷା ବଢାଇବାକୁ ଦାବି କରିଛନ୍ତି।
ପୋଲିସ ଏ ସମ୍ପର୍କରେ ପ୍ରକାଶ କରିଛି
ପୂର୍ଣିଆ ପୋଲିସ କଲ୍ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଉକ୍ତ ବ୍ୟକ୍ତି ନାମ ମହେଶ ପାଣ୍ଡେ । ପଚରାଉଚରା ବେଳେ ପାଣ୍ଡେ ସ୍ଵୀକାର କରିଛନ୍ତି ଯେ ୟୁଏଇରେ ରହୁଥିବା ତାଙ୍କ ପତ୍ନୀଙ୍କ ଭଉଣୀଙ୍କ ଠାରୁ ନେଇଥିବା ସିମ୍ କାର୍ଡ ବ୍ୟବହାର କରି ସେ ହ୍ଵାଟ୍ସଆପ ମାଧ୍ୟମରେ ସାଂସଦଙ୍କୁ କଲ କରିଥିଲେ। ଏହି ଧମକପୂର୍ଣ୍ଣ କଲ କରିବା ପାଇଁ ପାଣ୍ଡେ ବ୍ୟବହାର କରିଥିବା ମୋବାଇଲ୍ ଫୋନ୍ ଏବଂ ସିମ୍ କାର୍ଡକୁ ମଧ୍ୟ ପୋଲିସ ଜବତ କରିଛି।