ବିଧାନସଭାରେ ନୂଆ ବାଚସ୍ପତି ସୁରମା ପାଢୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 20, 2024 IST

ଭୁବନେଶ୍ବର ୨୦।୬: ବିଧାନସଭାରେ ନୂଆ ବାଚସ୍ପତି ସୁରମା ପାଢ଼ୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ବାଚସ୍ପତି ମହୋଦୟା, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । 

ଆପଣ ଆଜି ଏହି ଦାୟିତ୍ଵ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗରିମା ଓ ପଦମର୍ଯ୍ୟାଦା ରକ୍ଷା କରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ୍ ଭାବରେ ପରିଚାଳନା କରିପାରିବେ ।

ଆମ୍ଭେମାନେ ସମସ୍ତେ ଓଡିଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବା କରିବା ନିମନ୍ତେ ଦୃଢ ସଂକଳ୍ପବଦ୍ଧ । ମୋର ଆଶା, ଆମ୍ଭେମାନେ ସମସ୍ତେ ଏ ଗୃହ କାର୍ଯ୍ୟରେ ବାଚସ୍ପତି ମହୋଦୟାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏବଂ ଗୃହର ପରମ୍ପରା ଓ ପଦମର୍ଯ୍ୟାଦା ବଜାୟ ରଖିବା ।

ପରିଶେଷରେ, ମୁଁ ଏ ଗୃହର ସଦସ୍ୟା ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ମୋର ପ୍ରିୟ ଓଡିଶାବାସୀଙ୍କୁ ମଧ୍ୟ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି ।

You Can Read :

ସୁରମା ପାଢୀ ହେଲେ ସପ୍ତଦଶ ବିଧାନସଭାର ବାଚସ୍ପତି, ସର୍ବସମ୍ମତିକ୍ରମେ ନିର୍ବାଚିତ


  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.