ମୁମ୍ବାଇରେ ଆୟୋଜିତ 'India Chem 2024'ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Published By : Prameya-News7 Bureau | October 18, 2024 IST

ଭୁବନେଶ୍ବର ୧୮।୧୦: ମୁମ୍ବାଇରେ ଆୟୋଜିତ ହେଉଛି 'India Chem 2024' । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡା ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗ ଦେଇଛନ୍ତି । ବୈଠକରେ ସାର ଓ ରାସାୟନିକ ଶିଳ୍ପକୁ ନୂଆ ଦିଶା ଦେଖାଇବାକୁ ଗୁରୁତ୍ବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁମ୍ବାଇ ଠାରେ ଆୟୋଜିତ 'India Chem 2024' ରେ ପ୍ରମୁଖ ନେତୃତ୍ଵଙ୍କ ସହ ଯୋଗଦେଲି । ଦେଶରେ ରାସାୟନିକ ଉଦ୍ଯୋଗ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି, ନିବେଶ ସମ୍ଭାବନା, ନିଯୁକ୍ତି ପ୍ରଦାନ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ସଫଳ ଆଲୋଚନା କରାଯାଇଛି । ବିଶ୍ବରେ ରାସାୟନିକ ଉଦ୍ଯୋଗ କ୍ଷେତ୍ରରେ ଭାରତର ବିଶେଷ ଯୋଗଦାନ ରହିଛି । ନୂତନ ସମ୍ଭାବନାକୁ ପ୍ରୋତ୍ସାହନ, ବୈଦେଶିକ ରାସାୟନିକ ଉଦ୍ଯୋଗକୁ ନିବେଶ ସୁଯୋଗ ପ୍ରଦାନ ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଭାରତକୁ ବିଶ୍ଵର ରାସାୟନିକ ଉଦ୍ୟୋଗର କେନ୍ଦ୍ରବିନ୍ଦୁ କରିବା ନିମନ୍ତେ ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ 'ପୂର୍ବୋଦୟ ବିକାଶ'ର ସ୍ଵପ୍ନକୁ ସାକାର କରିବା ନିମନ୍ତେ ଓଡ଼ିଶା ମଧ୍ୟ ନିଜର ଯୋଗଦାନକୁ ଆହୁରି ସଶକ୍ତ କରିଛି । ରାସାୟନିକ କ୍ଷେତ୍ରରେ ନୂତନ ଉଦ୍ଯୋଗ ସହିତ ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହାକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ' ଆୟୋଜନ କରିବାକୁ ଯାଉଛି । ନିବେଶକଙ୍କ ନିମନ୍ତେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ନିବେଶ ସ୍ଥଳରେ ପରିଣତ କରିବା ପାଇଁ ଆମେ ପ୍ରତିବଦ୍ଧ । ଯାହାକି ଆଗାମୀ ଦିନରେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣରେ ପ୍ରମୁଖ ଭୂମିକା ନେବା ସହିତ ଭାରତର ଆର୍ଥିକ ପ୍ରଗତିରେ ନିଶ୍ଚୟ ସହାୟକ ହେବ ।

You Can Read:

ରାସ୍ତା ଉପରେ ଭୁଶୁଡ଼ିଲା ଦଶହରାରେ ନିର୍ମିତ ତୋରଣ, ଚାପି ହୋଇଗଲା କାର୍ ଓ ବାଇକ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.