ମୋଦିଙ୍କ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Published By : Prameya-News7 Bureau | August 25, 2024 IST

ଭୁବନେଶ୍ବର ୨୫ମୋଦିଙ୍କ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ । ମନ୍ କି ବାତ୍ ର ୧୧୩ତମ ସଂସ୍କରଣରେ  ସାଧାରଣ ଜନତା, ନେତା ଓ ମତଦାତାଙ୍କ ସହ ମିଶି ଣୁଣିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଲୋୟର ପିଏମ୍‌ଜି ସ୍ଥିତ ସରକାରୀ ବାସଭବନରେ ଏକତ୍ରିତ ହୋଇ  ମୋଦିଙ୍କ ମନ୍ କି ବାତ୍ ଶୁଣିଛନ୍ତି । ମନ୍‌ କି ବାତ୍‌ରେ ମୋଦି ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ସେ ବଖାଣିଛନ୍ତି । 'ଅନ୍ତରୀକ୍ଷ କ୍ଷେତ୍ରରେ ସଂସ୍କାର   ଦ୍ବାରା ଯୁବକଙ୍କୁ ଫାଇଦା  ଓ ବିକଶିତ ଭାରତର ମୂଳଦୁଆ ମଜବୁତ ହେଉଥିବା କଥା ହେଉ କି ହର୍ ଘର ତ୍ରିରଙ୍ଗା ଅଭିଯାନ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଛି, ଦେଶପ୍ରେମ କଥା ହେଉ ମନ୍ କି ବାତ୍ ରେ ଏସବୁ ଶୁଣି ବେଶ ଖୁସି  ଅନୁଭବ କରିଛନ୍ତି ଅଂଶଗ୍ରହଣକାରୀ । 

ସେପଟେ ଷ୍ଟାର୍ଟ ଅଫ୍ ପାଇଁ ବର୍ତ୍ତମାନ ହେଉଛି ଶ୍ରେଷ୍ଠ ସମୟ । ଏହା ହେଉଛି ଆମର ଯୁବକ-ଯୁବତୀ ମାନଙ୍କ ନିଜସ୍ଵ ମତ । ଯୁବ ଶକ୍ତି ଭିତରେ ବିଶ୍ଵ ସ୍ତରୀୟ ପ୍ରତିଯୋଗିତା ପାଇଁ ଏକ ନୂଆ ଉତ୍ସାହ ଆସି ପାରିଛି । ପ୍ରକୃତିର ସୁରକ୍ଷା  ପାଇଁ ଆମର ଦାୟିତ୍ବ, ପୁଷ୍ଟି ସାଧନ କ୍ଷେତ୍ରରେ ଆମର କର୍ତ୍ତବ୍ୟ, ଆସାମର ଗାଁ ଲୋକଙ୍କ ପଶୁ ପ୍ରେମ ଏସବୁର ଉଦାହରଣ ଦେଇ ସେ ଆମକୁ ସଚେତନ କରୁଛନ୍ତି । ବିକଶିତ ଭାରତର ଲକ୍ଷ୍ୟ ନେଇ ଆମେ ଯେଉଁ ଯାତ୍ରା ଆରମ୍ଭ କରିଛୁ ତାହା ନିଶ୍ଚୟ ସଫଳ ହେବ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ଭୁନେଶ୍ବରର ମଧ୍ୟ ନିର୍ବାଚନ ମଣ୍ଡଳୀର ୯୫ ନମ୍ବର ବୁଥର କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ଜିଲ୍ଲାରୁ ଆସିଥିବା କିଛି ବ୍ୟକ୍ତି  ମଧ୍ୟ  ଉପସ୍ଥିତ ଥିଲେ।  

ଦେଶର ପ୍ରତ୍ୟେକ ଲୋକଙ୍କ  ମନ୍ କି ବାତ୍ ପାଇଁ ପ୍ରେରଣାର ଉତ୍ସ । ରାଜନୀତିକୁ ଆସିବାକୁ ଇଚ୍ଛୁକ ଥିବା ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ସହ  ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା  କଥା   ଉଠାଇଥିଲେ ମୋଦି । ଶୁଣିବା ପରେ ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରକୃତିର ସୁରକ୍ଷା  ପାଇଁ ଆମର ଦାୟିତ୍ବ କହି ମା’ ପାଇଁ ଗଛ ଲଗାଇବାକୁ ଆହ୍ବାନ ଦେଲେ। ବିକଶିତ ଭାରତର ଲକ୍ଷ୍ୟ ନେଇ ଆମେ ଯେଉଁ ଯାତ୍ରା ଆରମ୍ଭ କରିଛୁ ତାହା ନିଶ୍ଚୟ ସଫଳ ହେବା  ପ୍ରକୃତି, ମିଲେଟ ଫୁଡ, ଫିଟ  ଇଣ୍ଡିଆ,   ବେଶ ମନ ଛୁଆ ଓ  ପ୍ରେରଣାଦାୟୀ ଥିଲା ବୋଲି  ଅଂଶଗ୍ରହଣକାରୀ କହିଛନ୍ତି ।

You Can Read:

ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ, ବିନା ଡାକ୍ତରୀ ପ୍ରମାଣପତ୍ରରେ କରୁଛନ୍ତି ଚିକିତ୍ସା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.