ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ, ବିନା ଡାକ୍ତରୀ ପ୍ରମାଣପତ୍ରରେ କରୁଛନ୍ତି ଚିକିତ୍ସା

Published By : Prameya-News7 Bureau | August 25, 2024 IST

ଛତ୍ରପୁର ୨୫।୮: ଗଞ୍ଜାମ ଜିଲ୍ଲାର ଗାଁ ଗାଁରେ ଛାଇ ଗଲେଣି ନକଲି ଡାକ୍ତର ବା କ୍ୱାକ୍ । ଏଭଳି ଏକ ଘଟଣା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀରେ ଦେଖିବାକୁ ମିଳିଛି । ୮ରୁ ୧୦ଟି ସ୍ଥାନରେ କ୍ୱାକ୍ ମାନେ ଦୈନିକ ରୋଗୀଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । କିଏ ବାହାର ରାଜ୍ୟରୁ ଆସି ଏଠାରେ ଡାକ୍ତର ହୋଇ ଚିକିତ୍ସା କରୁଛି ତ କିଏ ସ୍ଥାନୀୟ ଲୋକ ଏଠାରେ ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି । 

ଗଞ୍ଜାମ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର କିଛି ଦୂରରେ ଆର୍ଯ୍ୟପଲ୍ଲୀ ଗ୍ରାମ ରହିଥିଲେ ବି ଦୀର୍ଘ ବର୍ଷ ଧରି ଏହା କରାଯାଉଥିଲେ ବି କୌଣସି ଅଧିକାରୀଙ୍କ କିପରି ଦୃଷ୍ଟି ପଡୁନାହିଁ । ଦିନକୁ ଦିନ କ୍ୱାକ୍ ମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏହି କ୍ୱାକ୍ ମାନଙ୍କ କୌଣସି ଡାକ୍ତରୀ ପ୍ରମାଣପତ୍ର ନଥାଇ କିମ୍ବା ନକଲି ପ୍ରମାଣପତ୍ର ଆଣି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ଛତ୍ରପୁର ମହକୁମା ଠାରୁ ମାତ୍ର କିଛି ଦୂରରେ ରହିଥିବା ଏହି ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଅଧିନ ବଡ ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ ବିଶେଷ ଭାବେ କ୍ୱାକ୍ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ ଏମାନଙ୍କ ଉପରେ କିପରି ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନର ଦୃଷ୍ଟି ପଡିନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି ଏହି କ୍ୱାକ୍‌ ମାନେ ବଙ୍ଗାଳୀ । ଏମାନଙ୍କର କୌଣସି ଡାକ୍ତରୀ ପ୍ରମାଣପତ୍ର ନଥାଇ ଦୀର୍ଘ ବର୍ଷ ହେଲା ଏହି ପଚାଂୟତର ଲୋକମାନଙ୍କୁ ଚିକିତ୍ସା କରିଆସୁଛନ୍ତି । ଏପରିକି ସେମାନେ ରୋଗୀଙ୍କୁ ଛୋଟ ଛୋଟ ଅପରେସନ, ରୋଗୀଙ୍କୁ ଇଞ୍ଜେକସନ ଦେଉଥିବା   ଦେଖିବାକୁ ମିଳିଛି । ଏପରିକି ବହୁ କ୍ୱାକ୍‌ ମାନେ ଅନ୍ୟ ରାଜ୍ୟରୁ ଆସି ଏଠାରେ ଭଡାରେ ରହି ବେଆଇନ ଭାବେ କ୍ଲିନିକ୍ କରି ପଚାଂୟତବାସୀଙ୍କୁ ଚିକିତ୍ସା କରୁଛନ୍ତି । ସେମାନଙ୍କ ନିକଟରେ ଡାକ୍ତରୀ ପ୍ରମାଣପତ୍ର ଅଛି କି ନାହିଁ, ଯଦି ଅଛି ତାହା ଅସଲି କି ନକଲି ତାହାର ଯାଞ୍ଚ ସମେତ ତଦନ୍ତ ସାପେକ୍ଷ । ଏପରିକି କିଛି ନକଲି ଡାକ୍ତର ଏହା ଭୁଲ ବୋଲି କ୍ୟାମେରା ଆଗରେ ସ୍ବୀକାର କରିଛନ୍ତି । ଯଦି ପ୍ରଶାସନ ବେଳ ଥାଉ ଥାଉ ନ ଚଢାଉ କରିବ ତେବେ ମଦମୃତ୍ୟୁ ଭଳି ନକଲି ଡାକ୍ତର ସେବାରେ ମୂଲ୍ୟବାନ ଜୀବନ ମଧ୍ୟ ଚାଲିଯିବ । 

You Can Read:

ପୂଜାର୍ଚ୍ଚନା ପରେ ଆଶ୍ରମ ବିଦ୍ୟାଳୟ ହଷ୍ଟେଲକୁ ଫେରିଲେ ଅନ୍ତେବାସୀ, ଭୂତ ଭୟରେ ଛାଡିଥିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.